ଆଇପିଏଲ୍ ୧୨: କାମକୁ ଆସିଲାନି ସାମ୍ସନ୍ଙ୍କ ଶତକ, ରାଜସ୍ଥାନକୁ ୫ ଓ୍ଵିକେଟରେ ହରାଇଲା ହାଇଦ୍ରାବାଦ୍
ହାଇଦ୍ରାବାଦ: ଓପନର ଡାଭିଡ ଓ୍ଵାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗିଦାରୀ ବଳରେ ରାଜସ୍ଥାନ ଶୁକ୍ରବାର ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୫ ଓ୍ଵିକେଟରେ ବିଜୟୀ ହୋଇଛି। ଦଳ ୧୯ ଓଭରରେ ୫ ଓ୍ଵିକେଟ ହରାଇ ୨୦୧ ରନ୍ କରିଛି। ଚଳିତ ଆଇପିଏଲ୍ରେ ହାଇଦ୍ରାବାଦ୍ର ପ୍ରଥମ ଥର ପାଇଁ ବିଜୟୀ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନ ରୋୟାଲସ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୮ମ ମ୍ୟାଚରେ ୧୯୯ ରନ୍ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିଲା। ଓପନ୍ର ଡାଭିଡ ଓ୍ଵାର୍ଣ୍ଣର ୬୯ ରନ୍, ଜନି ବେୟାରଷ୍ଟୋ ୪୫ ରନ୍, କେନ୍ ଓ୍ଵିଲିୟମସନ ୧୪ ରନ, ବିଜୟ ଶଙ୍କର ୩୫ ରନ୍ ମନୀଷ ପାଣ୍ଡେ ୧ ରନ୍ କରି ପାଭଲିଅନ ଫେରିଥିଲେ।
ରାଜସ୍ଥାନର ଓପନର ପ୍ରଥମ ଓ୍ଵିକେଟରେ ଶତକୀୟ ଭାଗିଦାରୀ ହୋଇ ପାରିଥିଲେ। ଦଳ ୧୧୦ ରନ୍ରେ ଓ୍ଵାର୍ଣ୍ଣରଙ୍କୁ ହରାଇଥିଲା। ସ୍କୋର ୧୧୭ ରନରେ ବେୟାରଷ୍ଟୋ, ୧୬୪ ରନ୍ରେ ଅଧିନାୟକ ଓ୍ଵିଲିୟମ୍ସନ୍, ୧୬୭ ରନ୍ରେ ବିଜୟ ଶଙ୍କର ଓ ମନୀଷ ପାଣ୍ଡେ ଆଉଟ୍ ହୋଇଥିଲେ। ରାଜସ୍ଥାନ ମାତ୍ର ୪ ରନ୍ ମଧ୍ୟରେ ୩ଟି ମୂଲ୍ୟବାନ ଓ୍ଵିକେଟ୍ ହରାଇଥିଲା।
ପ୍ରଥମ ଇନିଂସରେ ଅଧିନାୟକ ଆଜିଙ୍କ୍ୟ ରାହେଣେଙ୍କ ଅର୍ଦ୍ଧଶତକ (୭୦ ରନ୍, ୪୯ ବଲ, ୪ ଚୌକା, ୩ ଛକା) ଓ ସଂଜୁ ସାମ୍ସନ୍ଙ୍କ ଶତକ (୧୦୨ ରନ୍, ୫୫ ବଲ, ୧୦ ଚୌକା, ୪ ଛକା) ବଳରେ ରାଜସ୍ଥାନ ଦମ୍ଦାର ସ୍କୋର କରିଥିଲା। ସଂଜୁ ସାମ୍ସନ୍ ୫୪ଟି ବଲ ଖେଳି ଶତକ ହାସଲ କରିଛନ୍ତି। ଚଳିତ ଆଇପିଏଲ୍ରେ ଏହା ହେଉଛି ପ୍ରଥମ ଶତକ। ବେନ୍ ଷ୍ଟୋକ୍ ୯ଟି ବଲ ଖେଳି ଅପରାଜିତ ୧୬ ରନ୍ କରିଛନ୍ତି। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ ହରାଇ ଦଳ ୧୯୮ ରନ୍ କରିଛି। ଫଳରେ ହାଇଦ୍ରାବାଦ୍କୁ ୧୯୯ ରନ୍ ଟାର୍ଗେଟ ମିଳିଥିଲା।
ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭଲ ପ୍ରଦର୍ଶନ କରି ନଥିଲେ ବି ରାଜସ୍ଥାନ ଦ୍ୱିତୀୟ ଓ୍ଵିକେଟରେ ୧୧୯ ରନ୍ କରିଥିଲା।
ରାଜସ୍ଥାନ ସ୍କୋର ୧୫ ରନ୍ରେ ଜୋସ୍ ବଟଲର୍ଙ୍କୁ ହରାଇଥିଲା। ବଟଲ୍ର ୮ଟି ବଲ ଖେଳି ମାତ୍ର ୫ ରନ୍ କରିବା ପରେ ରସିଦ ଖାନ୍ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ୍ ଫେରି ଯାଇଥିଲେ। ଏହା ପରେ ଦଳର ବ୍ୟାଟିଂ ଦାୟିତ୍ୱ ସାମ୍ସନ୍ ଓ ରାହାଣେଙ୍କ ହାତରେ ରହିଥିଲା। ହାଇଦ୍ରାବାଦ୍ର ଦ୍ୱିତୀୟ ଶିକାର ହୋଇଥିଲେ ରାହାଣେ। ନଦୀମଙ୍କ ବଲରେ ମନୀଷ ପାଣ୍ଡେଙ୍କ ହାତରେ କ୍ୟାଚ ହେବା ପୂବରୁ ଦଳକୁ ମଜବୁତ ସ୍ଥାନରେ ପହଂଚାଇ ଦେଇଥିଲେ। ରାହାଣେ ୧୫.୫ ଓଭରରେ ଆଉଟ୍ ହୋଇଥିଲେ।