ବାହାଘର ପାଇଁ ପାକିସ୍ତାନ ଗସ୍ତରୁ ଓହରିଲେ ମ୍ୟାକ୍ସୱେଲ୍

ସିଡ୍‌ନି: ବାହାଘର ପାଇଁ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଆଗାମୀ ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି। ସେ ଭାରତୀୟ ବଂ‌ଶୋଦ୍ଭବ ବାଣୀ ରମଣଙ୍କୁ ବିବାହ କରିବେ। ଉଭୟଙ୍କର ନିର୍ବନ୍ଧ ମାର୍ଚ୍ଚ ୨୦୨୦ରୁ ‌ଶେଷ ହୋଇସାରିଛି। ହେଲେ କୋଭିଡ୍-୧୯ କଟକଣା ପାଇଁ ବିବାହ ହୋଇପାରିନାହିଁ। ସେଥିପାଇଁ ଉଭୟ ଆସନ୍ତାବର୍ଷ ମାର୍ଚ୍ଚ-ଏପ୍ରିଲରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯୋଜନା କରିଛନ୍ତି। ସେହି ସମୟରେ ପାକିସ୍ତାନ-ଅଷ୍ଟ୍ରେଲିଆ ଶୃଙ୍ଖଳା ଖେଳାଯିବାର ଥିବାରୁ ମ୍ୟାକ୍ସୱେଲ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଏଥିରୁ ଓହରି ଯାଇଛନ୍ତି।

ସମ୍ବନ୍ଧିତ ଖବର