‘ପତ୍ନୀ ଲୁଚାଇଛନ୍ତି ସୁମାକରଙ୍କ ସ୍ବାସ୍ଥ୍ୟାବସ୍ଥା’

ବର୍ଲିନ୍‌ : ଫର୍ମୁଲା ୱାନ୍‌ କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ସ୍ବାସ୍ଥାବସ୍ଥା ସଂପର୍କରେ ପ୍ରକୃତ ତଥ୍ୟ ତାଙ୍କ ପତ୍ନୀ ଲୁଚାଇଛନ୍ତି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସୁମାକରଙ୍କ ପୂର୍ବତନ ପ୍ରବନ୍ଧକ ୱିଲି ୱେବର୍‌। ୭ ଥର ବିଶ୍ବ ବିଜେତା ଏବଂ ୯୧ ରେସ୍‌ ଜିତିଥିବା ସୁମାକର ୨୦୧୩ ଡିସେମ୍ବର ୨୯ରେ ସ୍କି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଯେଉଁଥିରେ କି ତାଙ୍କ ମସ୍ତିସ୍କରେ ଆଘାତ ଲାଗିଥିଲା ଏବଂ ସେବେଠାରୁ ‌ସେ ଶଯ୍ୟାଶାୟୀ ଅଛନ୍ତି। ସୁମାକରଙ୍କୁ ଦେଖା କରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ତାଙ୍କ ପତ୍ନୀ କୋରିନା ମୋତେ ଏହି ସୁଯୋଗ ଆଦୌ ଦେଉନାହାନ୍ତି ବୋଲି ୱେବର୍‌ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଜାଣିଥିଲି ସୁମାକର ଆଘାତ ଗୁରୁତର ଥିଲେ। ହେଲେ ତାଙ୍କ ଅବସ୍ଥାରେ କ’ଣ ଉନ୍ନତି ହୋଇଛି ସେ ନେଇ ମୋତେ ଜାଣିବାକୁ ସୁଯୋଗ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କୋରିନା ବୋଧହୁଏ ସତ୍ୟକୁ ପ୍ରକାଶ କରିବାକୁ ଭୟ କରୁଛନ୍ତି।

ସମ୍ବନ୍ଧିତ ଖବର