ନଟରାଜନଙ୍କ ସଫଳ ଅସ୍ତ୍ରୋପଚାର, ବିସିସିଆଇକୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ୟର୍କର ସ୍ପେଶାଲିଷ୍ଟ୍‌ ଟି ନଟରାଜନଙ୍କ ଆଣ୍ଠୁରେ ମଙ୍ଗଳବାର ସଫଳ ଅସ୍ତ୍ରୋପଚାର ହୋଇଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ ସମସ୍ୟାରେ ପଡ଼ିଥିବା ଏହି ଖେଳାଳି ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ରେ ମାତ୍ର ୨ ମ୍ୟାଚ୍‌ ଖେଳିପାରିଥିଲେ। ଅସ୍ତ୍ରୋପଚାର ପରେ ନଟରାଜନ ବିସିସିଆଇ ଏବଂ ଡାକ୍ତରୀ ଦଳକୁ ଧନ୍ୟବାଦ ଦେଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପରେ ସେ ଏନସିଏରେ ପୁନଃଥଇଥାନ କାର୍ଯ୍ୟକ୍ରମ‌ରେ ସାମିଲ ହୋଇଥିଲେ ମଧ୍ୟ ୧୦୦ ପ୍ରତିଶତ ଫିଟ୍‌ ‌‌ହୋଇପାରିନଥିଲେ। ଗତବର୍ଷ ଆଇପିଏଲ୍‌ରେ ଚହଳ ପକାଇବା ପରେ ଭାରତୀୟ ଦଳ ସହ ‌ନେଟ୍ ବୋଲର ଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। କିନ୍ତୁ ଦଳର ଆହତ ସମସ୍ୟା ଏଭଳି ହୋଇଥିଲା ଯେ ସେ ଦଳର ସମସ୍ତ ଫର୍ମାଟରେ ଅନ୍ତର୍ଜାତୀୟ ପଦାର୍ପଣ କରି ନିଜ ଛାପ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର