ଜାତୀୟ ମହିଳା ଚେସ୍‌ ଉଦ୍‌ଘାଟିତ: ବିଜୟରୁ ସାଇନାଙ୍କ ଅଭିଯାନ

ଭୁବନେଶ୍ବର : ସର୍ବଭାରତୀୟ ଚେସ୍‌ ମହାସଂଘ (ଏଆଇସିଏଫ୍‌) ଏବଂ ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ) ଆନୁକୂଲ୍ୟରେ ସ୍ଥାନୀୟ କିଟ୍‌ସ୍ଥିତ ଅନ୍ତର୍ଜାତୀୟ ଚେସ୍‌ ହଲ୍‌ଠାରେ ୪୭ତମ ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାର ସାଇନା ସାଲୋନିକା ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ‌ବେଳେ ୟାଶିତା ରାଉତ, ଗୀତାଶ୍ରୀ ବିଶ୍ବାଳ ଓ ଅନନ୍ୟା ଅନାମିକା ପ୍ରଥମ ରାଉଣ୍ଡରେ ହାରି ଯାଇଛନ୍ତି। ଡବ୍ଲୁଏଫ୍‌ଏମ୍‌ ସାଇନା ନିଜ ରାଜ୍ୟର ୟାଶିତାଙ୍କୁ ପରାସ୍ତ କରିଥିଲେ। ତେବେ ଗୀତାଶ୍ରୀ ତାମିଲନାଡ଼ୁର ଡବ୍ଲୁଆଇଏମ୍‌ ବି ସବିତା ଶ୍ରୀଙ୍କଠୁ ଏବଂ ଅନାମିକା ଡବ୍ଲୁଏଫ୍‌ଏମ୍‌ ମହାରାଷ୍ଟ୍ରର ଶ୍ରୀଷ୍ଟି ପାଣ୍ଡେଙ୍କଠୁ ପରାଜିତ ହୋଇଥିଲେ। ଉଦ୍‌ଘାଟନୀ ଦିବସରେ ଅତିଥିଭାବେ କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରା, ଏଓସିଏ ସମ୍ପାଦକ ଦେବବ୍ରତ୍ତ ଭଟ୍ଟ, ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ଭବେଶ ମହାନ୍ତି, ଏଆଇସିଏଫ୍‌ ଯୁଗ୍ମ ସମ୍ପାଦକ ଅତୁଲ ଗୁପ୍ତା, ରଂଜନ ମହାନ୍ତି, ଓଡ଼ିଶା ସରକାରଙ୍କ ଓଏସ୍‌ଡି ସନାତନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର