ଟାଉନ୍‌ କ୍ଲବ୍‌ର ପ୍ରଥମ ୧୫ ବର୍ଷରୁ କମ୍‌ କ୍ରିକେଟ୍‌: ରାମେଶ୍ବର ବିଜେତା

ଭୁବନେଶ୍ବର: ଟାଉନ୍‌ କ୍ଲବ୍‌ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ୧୫ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ୍‌ରେ ଆୟୋଜକ ଟାଉନ୍‌ କ୍ଲବ୍‌-ଏ ଦଳକୁ ୧୦ ୱିକେଟ୍‌ରେ ପରାସ୍ତ କରି ରାମେଶ୍ବର ସ୍ପୋର୍ଟିଂ ବିଜେତା ଟ୍ରଫି ହାତେଇନେଇଛି। ବର୍ଷା ବାଧାପ୍ରାପ୍ତ ଫାଇନାଲ୍‌ରେ ଟସ୍‌ ଜିତି ରାମେଶ୍ବର ପ୍ରଥମେ ବ୍ୟାଟିଂ ପାଇଁ ଟାଉନ୍‌ କ୍ଲବ୍‌କୁ ଆମନ୍ତ୍ରଣ କରିଥିଲା। ବୋଲରମାନଙ୍କ ଘାତକ ବୋଲିଂ ଯୋଗୁଁ ରାମେଶ୍ବର ପ୍ରତିପକ୍ଷର ପାଳିକୁ ୨୦ ଓଭରରେ ୬୧/୩ରେ ସୀମିତ ରଖିଥିଲା। ରାମେଶ୍ବର ପକ୍ଷରୁ ଶୁଭ୍ରକାନ୍ତ ପରିଡ଼ା ୨ ୱିକେଟ୍‌ ନେଇଥିଲା ବେଳେ ଟାଉନ୍‌ କ୍ଲବ୍‌ ପକ୍ଷରୁ ଈଶାନ ମହାପାତ୍ର ସର୍ବାଧିକ ୨୧ ରନ୍‌ କରିଥିଲେ। ଜବାବରେ ଶୁଭାଶିଷ ମଲିକଙ୍କ ଅପରାଜିତ ୪୪ ରନ୍‌ ବଳରେ ରାମେଶ୍ବର ୭.୨ ଓଭରରେ ୬୩ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଶୁଭାଶିଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଟାଉନ୍‌ କ୍ଲବ୍‌ ସଂପାଦକ ପୃଥ୍ବୀକାନ୍ତ ମହାପାତ୍ର ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌କୁ ପ୍ରଦୀପ କୁମାର ଜେନା ଓ ନିର୍ମଳ ମିଶ୍ର ପରିଚାଳନା କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଟାଉନ୍‌ କ୍ଲବ୍‌ ସଭାପତି ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଉପଦେଷ୍ଠା ସମୀର ମହାନ୍ତି, ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂହ, ଭୁବନେଶ୍ବର ଦୌଡ଼କୁଦ ସଂଘ ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା, ଟାଉନ୍‌ କ୍ଲବ୍‌ ସଂପାଦକ ପୃଥ୍ବୀକାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ନିହାରକାନ୍ତ ପଟ୍ଟନାୟକ, ରାଧାନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ଗଣେଶ ପାଲ, ମନୋଜ ମହାପାତ୍ର, ସମରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ସମ୍ବିତ କୁମାର ବେଜ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ଅର୍ଣ୍ଣବ ପଟ୍ଟନାୟକ ଶ୍ରେଷ୍ଠ ବ୍ୟାଟର୍‌, ଈଶାନରାଜ ମହାପାତ୍ର ଶ୍ରେଷ୍ଠ ବୋଲର, ରାହୁଲ ଭାତ୍ରା ଶ୍ରେଷ୍ଠ ୱିକେଟ୍‌କିପର, ସୋହମ ପଟ୍ଟନାୟକ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ। ଯୁବ ଉଦୀୟମାନ ଖେଳାଳି ଭାବେ ଶ୍ଲୋକ ସଂକଳ୍ପ, ଈଶାନ ମହାପାତ୍ର, ଆୟୂଷ ଅମ୍ଲାନ, ହରିବଂଶ ଭୂୟାଁ, ସାରାଂଶ ଜେନାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୨୦୨୨-୨୩ ବର୍ଷର ୧୯ ବର୍ଷରୁ କମ୍‌ ଜିଲ୍ଲାସ୍ତରୀୟ କ୍ରିକେଟ୍‌ର ବିଜେତା ଭୁବନେଶ୍ବର-ବି ଦଳର ଅଧିନାୟକ ଅନୁଜ ମହାସୁପକାର, ଖେଳାଳି ବିଶାଳ ପ୍ରିୟଦର୍ଶୀ ଏବଂ ରୁଦ୍ର ନାରାୟଣ ମହାସୁପକାରଙ୍କୁ ପୁରସ୍କୃତ କରାଯାଇଥିଲା। ଆୟୋଜକ କମିଟି ସଦସ୍ୟ ବିଶାଳ କର, ଅଶ୍ବିନ ମହାପାତ୍ର, ମାନସ ଦାସ, ଶୁଭସଂକେତ ଧଳ, ପ୍ରତ୍ୟୁଷ ଦାସ, ପ୍ରତୀକସ୍ମିତ ଦାସ, ରାକେଶ ବେହେରା, ରାକେଶ ବାରିକ, ଆଶିଷ ପଟ୍ଟନାୟକ, ରଞ୍ଜନ ନାୟକ, ଦୀପ୍ତିରଞ୍ଜନ ଜେନା, ଦୀପ୍ତି ପଟ୍ଟନାୟକ, ମୁନ୍ନୀ ମହାରଣା, ବୈଭବ ନାୟକ, ଦିଲିପ କୁମାର ଜେନା, ରବିରାଜ, ଗିରିଜା ମିଶ୍ର ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର