ସ୍ପାନିସ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

ବାର୍ସଲୋନା: ଫର୍ମୁଲା ୱାନ୍‌ ବିଶ୍ବବିଜେତା ରେଡ୍‌ବୁଲ ଚାଳକ ମ୍ୟାକ୍ସ ଭର୍ସ୍ତାପେନ ସ୍ପାନିସ ଗ୍ରାଁ ପ୍ରି ମୁକୁଟ କରାୟତ୍ତ କରିଛନ୍ତି। ରବିବାର ରେସ୍‌କୁ ବେଲ୍‌ଜିୟମ ତାରକା ୧ ଘଣ୍ଟା ୩୭ ମିନିଟ୍‌ ୨୦.୪୭୫ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କ ଦଳୀୟ ସାଥୀ ସର୍ଗିଓ ପେରେଜ ଦ୍ବିତୀୟ ସ୍ଥାନରେ ରହିବାରୁ ରେଡ୍‌ବୁଲ୍‌ ଏହି ଗ୍ରାଁ ପ୍ରିରେ ୧-୨ ଫିନିସ କରିଥିଲା। ତୃତୀୟରେ ମର୍ସିଡିଜ୍‌ର ଜର୍ଜ ରସେଲ ରହି ପୋଡିୟମ ଫିନିସ କରିଥିଲେ। ଫେରାରିର କ‌ର୍ଲୋସ ସୈଞ୍ଜ ଚତୁର୍ଥ ଏବଂ ୭ ଥରର ବିଶ୍ବବିଜେତା ମର୍ସିଡିଜ୍‌ ଚାଳକ ଲୁଇସ ହାମିଲଟନ ପଞ୍ଚମରେ ଅଭିଯାନ ଶେଷ କରିଥିଲେ।

ସମ୍ବନ୍ଧିତ ଖବର