ଗୋଟିଏ ଫୋନ୍‌ ପାଇଁ ଲଢ଼ିଥିଲେ ଯୁବି-ଭଜି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ଏବଂ ପୁରୁଖା ସ୍ପିନର ହରଭଜନ ସିଂହ ଏକ ମ୍ୟାଚ୍‌ ବେଳେ ଗୋଟିଏ ଫୋନ୍‌ ପାଇଁ ନିଜ ନିଜ ମଧ୍ୟରେ ଲଢ଼ିଥିଲେ। ଆମଷ୍ଟରଡାମ ଗସ୍ତ ବେଳର ଏକ ପୁରୁଣା ଫଟୋକୁ ଯୁବି ନିଜ ଇନ୍‌ଷ୍ଟାଗ୍ରାମ‌ ପୃଷ୍ଠାରେ ଛାଡ଼ିଛନ୍ତି। ଯାହାକୁ ପୂର୍ବତନ ଭାରତୀୟ କ୍ରିକେଟର୍‌ ରୋହନ ଗାଭାସ୍କର ଉଠାଇଥିଲେ। ଏହି ଫଟୋରେ ଯୁବି ମିରର୍‌ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିବାର ଦେଖାଯାଇଛି। ଯୁବିଙ୍କ ଏହି ଫଟୋ ଦେଖି ଭଜି ମନ୍ତବ୍ୟ ଦେଇଛନ୍ତି ଯେ ‘ଏହା ସେହି ଫୋନ୍‌ କି ଆମେ ଯାହା ପାଇଁ ଲଢ଼େଇ କରିଥିଲେ?’ ଏହାର ଜବାବରେ ଯୁବି କହିଥିଲେ ‘ହଁ’ ସେହି ଫୋନ୍‌ ଯାହା ପାଇଁ ତୁ‌ମେ ମୋ ସହ ଲଢ଼ିଥିଲ।’ ସୂଚନାଯୋଗ୍ୟ ଯେ କରୋନା ଭୂତାଣୁ ମହାମାରୀ ଯୋଗୁଁ ବାଧ୍ୟତାମୂଳକ ଲକ୍‌ଡାଉନ୍ ପାଇଁ ଏବେ ‌ପୂର୍ବତନ ଏବଂ ଏବର କ୍ରୀଡ଼ାବିତ୍‌ମାନେ ଘରେ ରହି ସାମାଜିକ ଗଣମାଧ୍ୟମରେ ସମୟ କାଟୁଛନ୍ତି। ୩୮ ବର୍ଷୀୟ ଅଲ୍‌ରାଉଣ୍ଡର ଯୁବି ସ୍ମରଣୀୟ ମୂହୁର୍ତ୍ତର ‌ଫଟୋ ଏବଂ ଅନ୍ୟମାନଙ୍କ ପୋଷ୍ଟ୍‌ରେ ମଜାଳିଆ ମନ୍ତବ୍ୟ ରଖି ସାମାଜିକ ଗଣମାଧ୍ୟମରେ ସଂପ୍ରତି ପୂରା ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର