୬ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୫ ବର୍ଷୀୟ ନାବାଳକ ଅଟକ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୬ ବର୍ଷ ବୟସର ନାବାଳିକାକୁ ୧୫ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ନାବାଳକ ଅଟକ ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳରେ ଜଣେ ୬ ବର୍ଷ ବର୍ଷୀୟ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ତାକୁ ସ୍ଥାନୀୟ ଅଞ୍ଚଳର ୧୫ ବର୍ଷ ବୟସର ନାବାଳକ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକିନେଇଥିଲା। ଘରେ ନିଜ ପରିବାର ଲୋକେ ନଥିଲେ। ତେଣୁ ନାବଳକର ଖରାପ ଚିନ୍ତାଧାରା ମୁଣ୍ଡରେ ପଶିଥିଲା ଏବଂ ସେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ପୀଡିତା ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଏନେଇ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଉଭୟ ପୀଡିତା ଓ ଦୁଷ୍କର୍ମକାରୀ ନାବାଳକକୁ ପୁଲିସ ଡାକ୍ତରୀ ମାଇନା କରିବା ପରେ ଏକ ମାମଲା ରୁଜ୍ଜୁ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର