ସୋରରେ ଭାସିଲା ୧୬୨ ଫୁଟ୍‌ର ବୋଇତ

ସୋର: ସୋର ବ୍ଲକ୍‌ ମାଣତ୍ରୀ ଗ୍ରାମ ପୋଖରୀରେ ରାସପୂର୍ଣ୍ଣିମା ଅବସରରେ ଚଳିତ ବର୍ଷ ୧୬୨ ଫୁଟ୍ ଲମ୍ବରର ଏକ ବୋଇତ ଭସାଯାଇଛି। ଏହି ବନ୍ଦାଣ ଉତ୍ସବ ଗ୍ରାମର ମଦନମୋହନ ଯୁବକ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା। ୨୦ ବର୍ଷ ଧରି ଚାଲିଆସିଥିବା ଏହି ଉତ୍ସବରେ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ରାମସେତୁ ନାମରେ ବିଭିନ୍ନ ବର୍ଜ୍ୟବସ୍ତୁରେ ବୋଇତଟି ନିର୍ମାଣ ହୋଇଛି। ଶିଳ୍ପୀ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ତତ୍ତ୍ବାବଧାନରେ ବାଉଁଶ, ସୋଲ, ଢାବଲ, ରଙ୍ଗିନ କପଡ଼ା ଓ ଅଳ୍ପ କିଛି କାଠରେ ଏହି ବୋଇତ ନିର୍ମିତ ହୋଇଛି।

ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଉତ୍ସବରେ ଆଜି ଭୋର୍‌ରୁ ବୋଇତ ବନ୍ଦାଣ ହୋଇଥିଲା। ଆଜି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଯୁବକ ସଂଘ ପକ୍ଷରୁ ନାଟକ ମଣିଷ ଗଛର ଛାଇ ମ‌ଞ୍ଚସ୍ଥ ହୋଇଛି। କ୍ଲବ୍‌ ସଭାପତି ଅଶୋକ କୁମାର ପଣ୍ତା, ସମ୍ପାଦକ ସଞ୍ଜୟ କୁମାର ରାଉତଙ୍କ ସହ କ୍ଲବ୍‌ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର