୩୪ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ

ଯାଜପୁରସଦର/ବିଂଝାରପୁର: ଯାଜପୁର ଅବକାରୀ ବିଭାଗ ପକ୍ଷରୁ ବିଞ୍ଝାରପୁର ଥାନା ସୟଦପୁର ପଞ୍ଚାୟତ ନୁରମହଲା ଗ୍ରାମରେ ଚଢ଼ଉ କରି ଏସକେ ସମିମ୍‌କୁ ଗିରଫ କରାଯାଇଛି। ତା’ ପାଖରୁ ୩୪ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ୪୦ ହଜାର ଟଙ୍କା। ସେ ବହୁଦିନ ଧରି ଏ ଅଞ୍ଚଳରେ ନିଶା କାରବାର କରୁଥିବା ଅଭିଯୋଗ ଥିଲା।

ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଶ୍ରୀକାନ୍ତ ପଣ୍ଡା, ଏଏସଆଇ ବିଶ୍ୱନାଥ ଜେନା, ଜୟପ୍ରକାଶ ବେଉରିଆ, କନେଷ୍ଟବଳ ଗୟାଧର ସେଠୀ, ରାକେଶ କୁମାର ମୁର୍ମୁ, ଚଗଲା ମଲ୍ଲିକ, ଗଣେଶ ଦଣ୍ଡପାଟ, ପୂର୍ଣ୍ଣିମା ଘୋଷ, ଲେବା ହେଁସା ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର