ସୋନପୁରକୁ ଗଡ଼ିବ ୪ଟି ଟ୍ରେନ୍

ଭୁବନେଶ୍ବର: ବଲାଙ୍ଗୀର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ସହ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ବିଛୁପାଲି ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ(୧୨୮୯୩) ବଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ଣ ୧ଟା ୪୫ରେ ସୋନପୁର ଯାତ୍ରା କରିବ ଏବଂ ଅପରାହ୍ଣ ୩ଟା ୧୫ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ(୧୨୮୯୪) ସୋନପୁରରୁ ଅପରାହ୍ଣ ୧ଟାରେ ଛାଡ଼ି ଅପରାହ୍ଣ ୨ଟା ୨୫ରେ ବଲାଙ୍ଗୀରରେ ପହଞ୍ଚିବ। ଏହି ଟ୍ରେନ୍ ଅପରାହ୍ଣ ୨ଟା ୪୫ରେ ବଲାଙ୍ଗୀର ଷ୍ଟେସନରୁ ଛାଡ଼ି ରାତି ୯ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ୍‌ ଆସନ୍ତା ୧୪ ତାରିଖରୁ ସୋନପୁରରୁ ଏବଂ ୧୫ ତାରିଖରୁ ଭୁବନେଶ୍ୱରରୁ ନିୟମିତ ଭାବେ ଚାଲିବ। ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ (୧୨୮୯୩/୧୨୮୯୪)ର ସମୟ ସାରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ। ବଲାଙ୍ଗୀର ଓ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝାରତରଭା ଓ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ।

ସେହିପରି ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର(୦୮୩୦୫/୦୮୩୦୬) ସୋନପୁରକୁ ସମ୍ପ୍ରସାରଣ କରାଯାଇଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ସକାଳ ୮ଟା ୧୫ରେ ଛାଡ଼ି ପୂର୍ବାହ୍ଣ ୯ଟା ୪୫ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ପୂର୍ବାହ୍ନ ୧୦ଟା ୪୫ରେ ଛାଡ଼ି ମଧ୍ୟାହ୍ନ ୧୨ଟାରେ ବଲାଙ୍ଗୀରରେ ପହଞ୍ଚିବ। ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର (୦୮୩୦୭/୦୮୩୦୮)କୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ଅପରାହ୍ନ ୧୨ଟା ୫୦ରେ ଛାଡ଼ି ସୋନପୁରରେ ଅପରାହ୍ନ ୨ଟା ୨୦ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ସନ୍ଧ୍ୟା ୫ଟାରେ ଛାଡ଼ି ସନ୍ଧ୍ୟା ୬ଟା ୧୫ରେ ବଲାଙ୍ଗୀରରେ ପହଞ୍ଚିବ। ବଲାଙ୍ଗୀର-ସୋନପୁର-ବଲାଙ୍ଗୀର ପାସେଞ୍ଜର (୦୮୩୦୯/୦୮୩୧୦) ମାର୍ଚ୍ଚ ୧୫ରୁ ବଲାଙ୍ଗୀରରୁ ସନ୍ଧ୍ୟା ୭ଟା ୧୫ରେ ଛାଡ଼ି ସନ୍ଧ୍ୟା ୮ଟା ୪୫ରେ ସୋନପୁରରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ୍ ସୋନପୁରରୁ ମାର୍ଚ୍ଚ ୧୬ରୁ ଭୋର ୪ଟା ୧୫ରେ ଛାଡ଼ି ବଲାଙ୍ଗୀରଠାରେ ସକାଳ ୫ଟା ୩୦ରେ ପହଞ୍ଚିବ।

ସମ୍ବନ୍ଧିତ ଖବର