ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ୍: ୩ ମୃତ, ୨ ଗୁରୁତର

ଯାଜପୁର: ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ ଟାୟାର ଫାଟିଯିବାରୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିନାହିଁ ।

ଆମ୍ବୁଲାନ୍ସଟି କଟକ ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକର ଟାୟାର ଫାଟି ଯାଇଥିଲା। ଏହାଫଳରେ ଟ୍ରକ ପଛରେ ଯାଉଥିବା ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା। ଆମ୍ବୁଲାନ୍ସରେ ରୋଗୀଙ୍କ ସହ ଆମ୍ବୁଲାନ୍ସ ଡ୍ରାଇଭର ଓ ସହକର୍ମୀଙ୍କ ମୃତ୍ୟୁ ହୋଇଛି। ରୋଗୀଙ୍କ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ ବଡ଼ଚଣା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର