ଆକାଶବାଣୀର କଣ୍ଠଶିଳ୍ପୀ ଗୁରୁ ପୁରୁଷୋତ୍ତମ ଠାକୁରଙ୍କ ପରଲୋକ 

ବ୍ରଜରାଜନଗର: ବିଶିଷ୍ଟ ଗୀତିକାର, ସମ୍ବଲପୁରୀ କଣ୍ଠଶିଳ୍ପୀ ଗୁରୁ ପୁରୁଷୋତ୍ତମ ଠାକୁର (୯୦ ବର୍ଷ) ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଆକାଶବାଣୀ ସମ୍ବଲପୁରର କଳାକାର ଥିଲେ। ୧୯୭୧ ମସିହାରେ ସେ ଝାରସୁଗୁଡ଼ା ଜିଲ୍ଲାରୁ ପ୍ରଥମେ ସମ୍ବଲପୁରୀ ଗୀତ ରେଡିଓରେ ଗାଇବା ପାଇଁ ମନୋନୀତ ହୋଇଥିଲେ।

ତାଙ୍କର ପ୍ରଥମ ଗୀତ ‘ରାଧାର ଝୁରି ଝୁରି ଯିବା ଦିନରେ ବଇଁଶୀ ନାଇଁ ବାଜେନ’ ବେଶ ଲୋକପ୍ରିୟ ହୋଇଥିଲା। ସେ ଓରିଏଣ୍ଟ କାଗଜ କଳରେ କାର୍ଯ୍ୟ କରି ୧୧୯୩ ମସିହାରେ ଅବସର ନେଇଥିଲେ। ଅବସର ପରେ ଲମଟିବାହାଲରେ ରହୁଥିଲେ। ଶେଷ ସମୟରେ ବଡ଼ ପୁଅ ସଙ୍ଗୀତ ଗୁରୁ ଶମ୍ଭୁ ଚରଣ ଠାକୁର, ବୋହୂ ଓ ନାତି ପ୍ରିୟାଂଶୁ ଉପସ୍ଥିତ ଥିଲେ। ବୁଧବାର ଇବ ନଦୀ ଶ୍ମଶାନରେ ତାଙ୍କ ଅନ୍ତିମ ସତ୍କାର କରାଯିବ।

ସମ୍ବନ୍ଧିତ ଖବର