ସମ୍ବଲପୁର: ୨୯ରୁ ୩୦ ଯାଏ ବନ୍ଦ ରହିବ ଜଳଯୋଗାଣ   

ସମ୍ବଲପୁର: ଆସନ୍ତା ୨୯ ତାରିଖ ଗୁରୁବାର ସକାଳ ୯ଟାରୁ ୩୦ ତାରିଖ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ସମ୍ବଲପୁର ଓ ହୀରାକୁଦ ସହରରେ ପାନୀୟ ‌ଜଳ ଯୋଗାଣ ବନ୍ଦ ରହିବ।

ହୀରାକୁଦଠାରେ ଜରୁରୀ ମରାମତି ଓ ରକ୍ଷଣାବେକ୍ଷଣ କାରଣରୁ ଜଳଯୋଗାଣ ବାଧାପ୍ରାପ୍ତ ହେବ। ତେଣୁ ସମସ୍ତେ ଆଗୁଆ ଜଳ ସଂରକ୍ଷିତ କରି ରଖିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ସମ୍ବଲପୁର ବିଭାଜନ ତରଫରୁ ଏକ ବିବୃତିରେ କ‌ହାଯାଇଛି।

ସମ୍ବନ୍ଧିତ ଖବର