ବିଜୁ ପକ୍କା ଘର ଦଖଲ କରି ପୋଷ୍ଟଅଫିସ ଖୋଲିଛି ଆନ୍ଧ୍ର

ପଟାଙ୍ଗୀ: ବିଜୁ ପକ୍କା ଘର ଦଖଲ କରି ପୋଷ୍ଟଅଫିସ ଖୋଲିଛି ଆନ୍ଧ୍ର । କୋରାପୁଟ ଜିଲ୍ଲା ପଟାଙ୍ଗୀ ପ୍ରଶାସନର ହସ୍ତକ୍ଷେପ ପରେ ବର୍ତ୍ତମାନ ଆନ୍ଧ୍ରର ଷଡଯନ୍ତ୍ର ପଣ୍ଡ ହୋଇଛି । ହେଲେ ଆନ୍ଧ୍ର ପକ୍ଷରୁ କ୍ରମାଗତ ଭାବେ ଓଡିଶାର କୋଟିଆ ସୀମା ମଧ୍ୟରେ ଅନୁପ୍ରବେଶ କରି ଗୋଟାଏ ପରେ ଗୋଟାଏ ଏଭଳି ବିଶୃଙ୍ଖଳା କରିଚାଲିଥିବା ଘଟଣା ଚିନ୍ତାର କାରଣ ହୋଇଛି । ମିଳିଥିବା ସୂଚନା ମୁତାବକ କୋଟିଆ ପଂଚାୟତର ଉପରସେମ୍ବି ଗ୍ରାମରେ ଖୋଲିଛି ପୋଷ୍ଟ ଅଫିସ ।

ବିଜୁ ପକ୍କା ଘର କାନ୍ଥରେ ବିଜୁ ବାବୁଙ୍କ ଫଟୋ ରହିଛି କିନ୍ତୁ ଘରକୁ ଲାଲ ରଂଗ ଲଗାଇ ତେଲୁଗୁ ଭାଷାରେ ଲେଖି ପୋଷ୍ଟ ଅଫିସ ଖୋଲିଛି ଆନ୍ଧ୍ର । ଏନେଇ ସୂଚନା ପାଇବାପରେ ପଟାଙ୍ଗି ତହସିଲଦାର, ରାଜସ୍ବ ନିରୀକ୍ଷକ କୋଟିଆ, ଥାନା ଅଧିକାରୀ ପହଂଚି ସ୍ଥିତି ଅନୁଧ୍ୟାନ କରିବାପରେ ଆନ୍ଧ୍ର ଦ୍ବାରା ଲଗାଯାଇଥିବା ପୋଷ୍ଟ ଅଫିସର ନାମ ଫଳକକୁ ହଟାଇଛନ୍ତି ।

ସମ୍ବନ୍ଧିତ ଖବର