ଗୋରୁ ବେପାରୀଙ୍କୁ ଆକ୍ରମଣ କରି ଗାଡି ପୋଡିଦେଲେ ଦୁବୁର୍ତ୍ତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଧିନସ୍ଥ ଲାଙ୍ଗବାହାଲ ଛକ ନିକଟରେ ଗୋରୁ ବେପାରୀଙ୍କ ଉପରେ ଆକ୍ରମଣ କରି ଲୁଟ ସହ ଗାଡି ପୋଡିଦେଇଥିବାର ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି |

ମିଳିଥିବା ସୂଚନା ମୁତାବକ କିଛି ଦୁବୁର୍ତ୍ତ ଗାଡ଼ିରେ ବସିଥିବା ଦୁଇଜଣଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କଠାରୁ ୫୦ହଜାର ଟଙ୍କା ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ଏହାପରେ ଦୁବୁର୍ତ୍ତମାନେ ଗାଡି ନେଇଯିବା ସହ ଲଇଗୁରା ଛକରୁ ରାଜବନ୍ଧ ରାସ୍ତା ପତ୍ରା ଜଙ୍ଗଲରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ତେବେ ପୁଲିସ କାହାରିକୁ ଗିରଫ କରି ନାହାନ୍ତି।

ସମ୍ବନ୍ଧିତ ଖବର