ଶିକ୍ଷକଙ୍କ ବଦଳି ପାଇଁ ଆବେଦନ ଆରମ୍ଭ, ୩୧ ଯାଏ ଅନ୍‌ଲାଇନ୍‌ ଆବେଦନ

ଭୁବ‌ନେଶ୍ବର : ୨୦୨୧ ମସିହା ଲାଗି ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ’ ୩୧ ପର୍ଯ୍ୟନ୍ତ ଶିକ୍ଷକମାନେ ନିର୍ଦ୍ଧାରିତ ପୋର୍ଟାଲରେ ଆବେଦନପତ୍ର ଦାଖଲ କରିପାରିବେ। ବ୍ଲକ ଶିକ୍ଷା ଅଧିକାରୀମାନେ ଜୁନ୍‌ ୧୫ ସୁଦ୍ଧା ସେଗୁଡ଼ିକୁ ଯାଞ୍ଚ କରି ଅପ୍‌ଲୋଡ କରିବେ। ଅନ୍ତଃଜିଲ୍ଲା ବଦଳି ଲାଗି ଆସିଥିବା ପ୍ରସ୍ତାବଗୁଡ଼ିକ ଜୁନ୍‌ ୨୦ ସୁଦ୍ଧା ନିର୍ଦେଶକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଜୁନ୍‌ ୨୫ ସୁଦ୍ଧା ରାଜ୍ୟ ମେଡିକାଲ ବୋର୍ଡ ଦ୍ବାରା ରେଫରେନ୍ସ କେସ୍‌ଗୁଡ଼ିକ ଦାଖଲ ହେବା ଆବଶ୍ୟକ ଏବଂ ଜୁଲାଇ ୧୫ ସୁଦ୍ଧା ରିପୋର୍ଟଗୁଡ଼ିକ ବୋର୍ଡଠାରୁ ଗ୍ରହଣ କରାଯିବ। ଜୁଲାଇ ୩୦ ସୁଦ୍ଧା ଏନ୍‌ଆଇସି ଦ୍ବାରା ଡ୍ରାଫ୍ଟ ଯୋଗ୍ୟତା ତାଲିକା ପ୍ରକାଶ ପାଇବ ଏବଂ ଅଗଷ୍ଟ ୧୬ ସୁଦ୍ଧା ଯୋଗ୍ୟ ତାଲିକା ଅନୁମୋଦନ ହେବ। ଅଗଷ୍ଟ ୨୩ ସୁଦ୍ଧା ବଦଳି ନିର୍ଦେଶ ପ୍ରକାଶ ପାଇବା ସହ ୩୧ ତାରିଖ ସୁଦ୍ଧା ଶିକ୍ଷକମାନେ କାର୍ଯ୍ୟରେ ଯୋଗଦେବେ। ସେହିପରି ବୁଝାବଣାଭିତ୍ତିରେ ହେବାକୁ ଥିବା ବଦଳି ପାଇଁ ଅଫ୍‌ଲାଇନ୍‌ରେ ଆବେଦନପତ୍ର ଗ୍ରହଣ କରାଯିବା ସହ ସେଗୁଡ଼ିକୁ ଯାଞ୍ଚ କରାଯାଇ ସ୍କ୍ରୁଟିନାଇଜ୍‌ ହେବ।

ସମ୍ବନ୍ଧିତ ଖବର