୪ ଆଇଏଏସ୍‌ଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ୱର : ୨୦୧୬ ବ୍ୟାଚ୍‌ର ୪ଜଣ ଆଇଏଏସ୍‌ ଅଧିକାରୀଙ୍କୁ ୧୪ଦିନ ପାଇଁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଇଏଏସ୍‌ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସବ୍‌ଡିଭିଜନର ଉପଜିଲ୍ଲାପାଳ, ବିଶାଲ ସିଂହଙ୍କୁ ମୟୂରଭଞ୍ଜ ଜିଲ୍ଲା ଉଦଳା ସବ୍‌ଡିଭିଜନର ଉପଜିଲ୍ଲାପାଳ, ବୋନ୍ଦାର ସିଦ୍ଧେଶ୍ୱର ବାଲିରାମଙ୍କୁ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସବ୍‌ଡିଭିଜନର ଉପଜିଲ୍ଲାପାଳ ଏବଂ ସିଦ୍ଦେ ଦତ୍ତାତ୍ରୟ ଭାଉସାହେବଙ୍କୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସବ୍‌ଡିଭିଜନର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର