ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବାଚସ୍ପତିଙ୍କ ପ୍ରତିକ୍ରିୟା: ଗୃହ କମିଟିର ହସ୍ତକ୍ଷେପ ନେଇ ତର୍ଜମା ଚାଲିଛି

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ ପ୍ରସଙ୍ଗରେ ବିଧାନସଭାରେ ଗଠନ ହୋଇଥିବା ଗୃହ କମିଟି ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ। ମାତ୍ର ପ୍ରସଙ୍ଗ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ ଗୃହ କମିଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ପାରିବ କି ନାହିଁ ତାହା ଉପରେ ତର୍ଜମା ଚାଲିଛି।
ବିଧାନସଭାର ପରିସରଭୁକ୍ତ କୌଣସି ପ୍ରସଙ୍ଗ ହୋଇଥିଲେ ବାଚସ୍ପତି ତୁରନ୍ତ ତାହାର ସମାଧାନ କରି ସାରନ୍ତେଣି। ଯେହେତୁ ଏହି ମାମଲା ବିଚାରାଧୀନ ରହିଛି ତେଣୁ ଆମେ ବିଧାନସଭାର ଆଇନ ବିଭାଗ ସହ ଆଲୋଚନା କରୁଛୁ। ଏହି ପ୍ରସଙ୍ଗରେ ଆମେ କେତେଦୂର ହସ୍ତକ୍ଷେପ କରି ପାରିବୁ। ଶ୍ରୀ ମନ୍ଦିର ପ୍ରସଙ୍ଗ ବିଶ୍ଵବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ତ ଦିଲ୍ଲୀରୁ ଟିମ୍ ଆସିଲେଣି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଂସଦୀୟ କମିଟି ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏନେଇ କମିଟି ସଦସ୍ୟ ଶମ୍ଭାଜୀ ଛତ୍ରପତି କହିଛନ୍ତି, ବିନା ଡିପିଆରରେ ଯାହା କାମ ହେଉଛି ଠିକ୍ ହେଉନି। ଏଏସ୍ଆଇ ସହ ସମନ୍ୱୟ ରଖି ରାଜ୍ୟ ସରକାର କାମ କରିବା ଉଚିତ। ଏଣେ ଏହାର ସଦସ୍ୟ ରାମଦାସ ତଡାସ ଐତିହ୍ୟ କରିଡର ପ୍ରକଳ୍ପ ଆବଶ୍ୟକ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ

ସମ୍ବନ୍ଧିତ ଖବର