ବିଡି ନଦେବାରୁ ପ୍ରାଣାନ୍ତକ ଆକ୍ରମଣ

ସମ୍ବଲପୁର: ସାମାନ୍ୟ ବିଡ଼ି ନ ଦେବାରୁ ଧନୁପାଲି ଥାନା ଅଞ୍ଚଳରେ ୩ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲେ ୨ ଜଣ ଦୁର୍ବୃତ୍ତ। ଧନୁପାଲି ଥାନା ତୁରିପଡ଼ାରେ ସୀତା ମୁଣ୍ଡା ଓ ତାଙ୍କ ସ୍ବାମୀ ଘର ଭଡ଼ା ନେଇ ରହୁଛନ୍ତି। ବୁଧବାର ସକାଳେ ୨ ଜଣ ଯୁବକ ତାଙ୍କ ଘରକୁ ଆସି ବିଡ଼ି ମାଗିଲେ।

ସୀତା ବିଡ଼ି ନାହିଁ ବୋଲି ମନା କରିବାରୁ ୨ ଯୁବକ ରାଗିଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ସୀତା, ତାଙ୍କ ସ୍ବାମୀ ଓ ଘର ମାଲିକଙ୍କ ମୁଣ୍ଡ ଫାଟି ଯାଇଥିଲା। ଏ ନେଇ ସୀତା ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର