ବାହାନଗା ଟ୍ରେନ ଦୁର୍ଘଟଣା: ରେମୁଣା ବିଇଓ କାଳନ୍ଦୀ ସୋରେନଙ୍କ ପତ୍ତା ମିଳୁନି

ବାହାନଗା: ବାହାନଗା ଟ୍ରେନ ଦୁର୍ଘଟଣା ପରେ ରେମୁଣା ବିଇଓ କାଳନ୍ଦୀ ସୋରେନଙ୍କ ପତ୍ତା ମିଳୁନି। ଏଣେ ଖଡ଼ଗପୁରରୁ ପଞ୍ଜାବ ଯାଉଥିବା ସିଆରପିଏଫ ଯବାନଙ୍କ ପତ୍ତା ମିଳୁନି। ତେଣେ ଯୁଦ୍ଧକାଳୀନଭିତ୍ତିରେ ଚାଲିଛି ରେଳ ମରାମତି କାମ, ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଟ ବ୍ୟବସ୍ଥା ହୋଇଛି। ଉଦ୍ଧାର ଓ ମରାମତି କାମରେ ଲାଗିଥିବା ୨ ଜଣ ଏନଡିଆରଏଫ ସଦସ୍ୟ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏଣେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନଙ୍କୁ ଭେଟିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ସୁଧୀର ରଞ୍ଜନ ଚୌଧୁରୀ ଓ ବାଂଲାଦେଶ ହାଇ କମିସନର ଶେଖ ମାରିଫତ ଇସଲାମ। ସୋର ଡାକ୍ତରଖାନାରେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତକାଲି ୪୬ ଜଣ ଓ ଆଜି ଜଣେ ପାଇଲେ।  ୩୭ ଜଣଙ୍କୁ ଚେକ ଓ ୯ ଜଣଙ୍କୁ ନଗଦ ଟଙ୍କା ପ୍ରଦାନ କରାଯାଇଛି।

ତେଣେ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସାଧୀନଙ୍କୁ ଭେଟ ଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଝାଡ଼ଖଣ୍ଡ ଶ୍ରମ ସଚିବ। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ୫୫ ଜଣ ଚିକିତ୍ସାଧୀନ ଅଛନ୍ତି।

ବାଲେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଡାକିଲା କଂଗ୍ରେସ। ନୋସିରୁ ଭୁବନେଶ୍ୱର ଏମ୍ସକୁ ଗଲା ୧୮୧ ଜଣଙ୍କ ଶବ। ସହାୟତା ପାଇଁ ବାଲେଶ୍ୱର ଡାକ୍ତରଖାନାରେ ପହଞ୍ଚିଛନ୍ତି ବିଭିନ୍ନ ସାମାଜିକ ସଂଗଠନର ଅନେକ ସ୍ବେଚ୍ଛାସେବୀ

ତେଣେ ଭଦ୍ରକରୁ ଚେନ୍ନାଇ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ। ଏବେ ଭଦ୍ରକ ଡାକ୍ତରଖାନାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଓ ଅଶ୍ୱିନୀ ବୈଷ୍ଣବ ଆହତଙ୍କୁ ଭେଟିଛନ୍ତି।  ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ୧୨୬, ଚିକିତ୍ସାଧୀନ ଅଛନ୍ତି ୩୭ ଜଣ।

. ଆଜି ସୁଦ୍ଧା ଗୋଟିଏ ଟ୍ରାକ ହେବ ସ୍ୱାଭାବିକ ହେବ ବୋଲି କେନ୍ଦ୍ର ରାଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ତେଣେ ରେଲୱେ ସେଫଟି କମିସନରଙ୍କ ତଦନ୍ତ ସରିଛି।ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଛି। ଦୋଷୀଙ୍କୁ ଚିହ୍ନଟ ସରିଛି, ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର