ବାଲିଯାତ୍ରାରେ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀଙ୍କ କମାଲ

କଟକ: ବାଲିଯାତ୍ରାରେ ରବିବାର ସନ୍ଧ୍ୟା ଜମି ଉଠିଛି। ସାମଗ୍ରୀ କିଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ ତାଙ୍କ କମାଲା ଦେଖାଇଛନ୍ତି। ଷଷ୍ଠ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିବା ଜାଭେଦଙ୍କ ଗୀତରେ ବିମୋହିତ ହୋଇଥିଲେ ଶତାଧିକ ଦର୍ଶକ।

ଏପରିକି ଜାଭେଦଙ୍କ ଗୀତ ଶୁଣିବାକୁ ଜମିଥିଲା ଦର୍ଶକଙ୍କ ନାହିଁ ନଥିବା ଭିଡ଼।  ବିଶେଷକରି ‘ତୁ ମେରୀ ଅଧୁରୀ ଖ୍ଵାବ, କେହେନେ କୋ ଯଶନ ବାହାରା ହେ, ତୁ ଜୋ ମିଲା, ତୁ ଧଡ଼କନ ମେ ଦିଲ, ଶ୍ରୀଭାଲି ଭଳି ବେଶ ମନଲୋଭା ଗୀତରେ ଝୁମିଥିଲେ ଦର୍ଶକ। ପୁରା ରାତି ଦର୍ଶକ ତାଙ୍କ ଗୀତରେ ମତୁଆଲା ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର