ଗାଡ଼ି ଧକ୍କାରେ ଯୁବକ ମୃତ

ପଦ୍ମପୁର: କେନ୍ଦୁଝର ସଦର ବ୍ଲକ୍‌ ୪୯ ନମ୍ବର ଜାତୀୟ ରାଜପଥର କବିତ୍ରା ମେଡିକାଲ କଲେଜ ବାଇପାସ୍‌ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଟାଉନ ଥାନା କବିତ୍ରା ଗ୍ରାମର ଜଳଧର ଦାଶଙ୍କ ପୁଅ ଜଗବନ୍ଧୁ ଦାଶ (୨୮)। ଆହତ ହେଲେ ସେହି ଗ୍ରାମର ସଂଗ୍ରାମ ପାତ୍ରଙ୍କ ପୁଅ ସଞ୍ଜିତ କୁମାର ପାତ୍ର (୨୮)। ଗତକାଲି ଏକ ବାଇକ୍‌ରେ ଉଭୟ କେନ୍ଦୁଝର ବଜାରରୁ ଘରକୁ ଫେରୁଥିଲେ।

ବିପରୀତ ଦିଗରୁ ଯାଉଥିବା ଏକ ଅଜଣା ଗାଡ଼ି ତାଙ୍କୁ ସାଇଡ ମାରିଥିଲା। ଫଳରେ ଉଭୟ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଜଗବନ୍ଧୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର