୪୦ ଡିଗ୍ରି ଉପରେ ରାଜ୍ୟର ୨୨ ସହର, ବୌଦ୍ଧରେ ତାପମାତ୍ରା ୪୨.୫ ଡ଼ିଗ୍ରି ରେକର୍ଡ

ଭୁବନେଶ୍ବର: ବିଗତ ୩ ଦିନ ଭଳି ଆଜିବି ପୂରା ଓଡ଼ିଶା ପ୍ରବଳ ଖରାରେ ସିଝିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନ ଅସ୍ତବ୍ୟସ୍ତ କରିଛି। ଆଜି ରାଜ୍ୟର ୨୨ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ କରାଯାଇଛି। ବୌଦ୍ଧରେ ସର୍ବାଧିକ ୪୨.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି। କିନ୍ତୁ ଶୁକ୍ରବାର ତୁଳନାରେ ରାଜ୍ୟର ଅନେକ ସ୍ଥାନରେ ଆଜି ତାପମାତ୍ରା କମିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ଣ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରବିବାର ଠାରୁ ତାପମାତ୍ରା ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ତାପମାତ୍ରା କମିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର