ରାଉରକେଲାରେ ପାର୍କିଙ୍ଗରେ ଜଳିଗଲା ଜେସିବି ଓ କାର

ରାଉରକେଲା: ଉଦିତନଗର ଓରାମପଡ଼ା ବିଏସ୍‌ଏନ୍‌ଏଲ ଅଫିସ ସମ୍ମୁଖ ପାର୍କିଙ୍ଗରେ ଜଳିଯାଇଛି ଜେସିବି ଓ କାର। ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଥିବାରୁ ଅନ୍ୟ ଗାଡିଗୁନିକ ନିଆଁରୁ ବର୍ତ୍ତି ଯାଇଛି । କେହି ଅସାମାଜିକ ଯୁବକ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ଓରାମପଡ଼ା ବିଏସ୍‌ଏନ୍‌ଏଲ୍‌ ସମ୍ମୁଖରେରେ ରାଉରକେଲା ମହାନଗର (ଆରଏମସି )ର ଫୁଡ କୋର୍ଟ ସହ ଆରଏମସିର ନିଜସ୍ୱ ପାର୍କିଙ୍ଗ ରହିଛି। ପାର୍କିଙ୍ଗରେ ଦୈନିକ ପ୍ରାୟ ୧୫ରୁ ଅଧିକ ଆରଏମସିର ଗାଡିଗୁଡିକ ରହିଥାଏ । ଅଗ୍ନିଶମ ଗାଡି ପହଞ୍ଚି ଥିବାରୁ ଅନ୍ୟ ଗାଡିଗୁଡିକର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର