ଛତିଶଗଡ଼ ସରକାରଙ୍କ ବକ୍ତବ୍ୟରୁ ଆଭିମୁଖ୍ୟ ସ୍ପଷ୍ଟ ହେବ: ବିଜେଡି

ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବକ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବର୍ତମାନ ପର୍ଯ୍ୟନ୍ତ ପିସିସି ସଭାପତିଙ୍କ ଛଡ଼ା ଛତିଶଗଡ଼ ମୁଖ୍ୟମନ୍ତ୍ରୀ କିମ୍ବା ଛତିଶଗଡ଼ ସରକାର କୌଣସି ମତ ଦେଇନାହାନ୍ତି। ଏହି ପ୍ରସଙ୍ଗରେ ସ୍ଥାୟୀ ସମାଧାନର ବାଟ ବାହାର କରିବା ପାଇଁ ଯଦି ଛତିଶଗଡ଼ର ନୂଆ ସରକାରଙ୍କର ଇଚ୍ଛାଶକ୍ତି ରହିଛି, ତେବେ ସେମାନେ ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରିବାର ଆବଶ୍ୟକତା ରହିଛି। ଛତିଶଗଡ଼ ସରକାରଙ୍କ ମତାମତ ଆସିଲା ପରେ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ଜଣାପଡ଼ିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର