୧୩ଡିଏସ୍‌ପିଙ୍କ ପଦୋନ୍ନତି ପରେ ବଦଳି

କଟକ: ରାଜ୍ୟ ପୁଲିସ ବିଭାଗରେ ୧୩ ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଏବ˚ ୬ ଜଣ ଅତିରିକ୍ତ ଏସ୍‌ପିଙ୍କୁ ବଦଳି କରାଯାଇଛି। ସେହିପରି ଦୁଇ ଅତିରିକ୍ତ ଏସ୍‌ପିଙ୍କ ବଦଳି ବାତିଲ କରାଯାଇଛି। ପଦୋନ୍ନତି ମିଳିଥିବା ସମ୍ପୃକ୍ତ ଅଫିସରଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି। ପଦୋନ୍ନତି ପାଇଥିବା ଡିଏସ୍‌ପିଙ୍କ ମଧ୍ୟରେ କଟକ କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ଏସିପି ଅସିମ ମିଶ୍ରଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପରେ ଭୁବନେଶ୍ବର କମିସନରେଟ୍‌କୁ ବଦଳି କରାଯାଇଛି। ସବିତାରାଣୀ ପଣ୍ତାଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଏସ୍‌ପି, ସୁନିଲ କୁମାର ଆଚାର୍ଯ୍ୟଙ୍କୁ ନୂଆପଡ଼ା, ଅମରେଶ କୁମାର ପଣ୍ତାଙ୍କୁ ଗଞ୍ଜାମ, ଦିଲ୍ଲୀପ କୁମାର ପଟେଲଙ୍କୁ ମୟୁରଭଞ୍ଜ ଆଇୟୁସିଏଡବ୍ଲୁ, ସନ୍ତୋଷ କୁମାର ଦାସଙ୍କୁ ଭଞ୍ଜନଗର ଗୁଇନ୍ଦା ବିଭାଗ, କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ଏସିପି ତ୍ରିନାଥ ମିଶ୍ରଙ୍କୁ ଯାଜପୁର ଆଇୟୁସିଏଡବ୍ଲୁ, ସୁବାଷ ଚନ୍ଦ୍ର ସ୍ବାଇଁଙ୍କୁ ଗୁଇନ୍ଦା ବିଭାଗ, ଅଶୋକ କୁମାର ଦେଓଙ୍କୁ ଗୁଇନ୍ଦା ବିଭାଗ, ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଭୁବନେଶ୍ବର ବିପିଏସ୍‌ପିଏ(ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ), ଅମିତା ପଟ୍ଟନାୟକଙ୍କୁ କେନ୍ଦ୍ରାପଡ଼ା ଆଇୟୁସିଏଡବ୍ଲୁ, ଭି. ରଘୁନାଥ ରାଓଙ୍କୁ ରାୟଗଡ଼ା, ଅର୍ଜୁନ କୁମାର ବାରିକଙ୍କୁ ଭୁବନେଶ୍ବର ବିପିଏସ୍‌ପିଏକୁ ପଦୋନ୍ନତି ପରେ ବଦଳି କରାଯାଇଛି। ସେହିପରି ଭୁବନେଶ୍ବର କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ସୀତାରାମ ଶତପଥୀଙ୍କୁ ଗଞ୍ଜାମ, ଅତିରିକ୍ତ ଏସ୍‌ପି ପତିତପାବନ ଚୌଧୁରୀଙ୍କୁ ଗଞ୍ଜାମ ଆଇୟୁସିଏଡବ୍ଲୁକୁ, ଅତିରିକ୍ତ ଏସ୍‌ପି ସୁବଳ ଚନ୍ଦ୍ର କରଙ୍କୁ ଭୁବନେଶ୍ବର ସ୍ପେଶାଲ ବ୍ରାଞ୍ଚ, ଅତିରିକ୍ତ ଏସ୍‌ପି ବିପିନ ବିହାରୀ ମଲ୍ଲିକଙ୍କୁ ଭୁବନେଶ୍ବର ଗୁଇନ୍ଦା ବିଭାଗ, ଅତିରିକ୍ତ ଏସ୍‌ପି ଅରୁଣ କୁମାର ଜେନାଙ୍କୁ କେନ୍ଦ୍ରାପଡ଼ା, ଅତିରିକ୍ତ ପ୍ରଦୀପ କୁମାର ମହାପାତ୍ରଙ୍କୁ ସମ୍ବଲପୁର ବଦଳି କରାଯାଇଛି। ଅନ୍ୟପଟେ ଅତିରିକ୍ତ ଏସ୍‌ପି ଲକ୍ଷ୍ମଣ କୁମାର ପଟେଲ୍‌ ଏବ˚ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଝାରସୁଗୁଡ଼ାକୁ କରାଯାଇଥିବା ବଦଳି ଆଦେଶକୁ ବାତିଲ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର