ଚିଟ୍‌ଫଣ୍ଡ୍‌ ଜମାକାରୀ ନିରାଶ: ୧୦ ହଜାର ଟଙ୍କାରୁ ଅଧିକ ଜମା ରାଶି ମିଳିବନି

ଭୁବନେଶ୍ବର: ଚିଟ୍‌ଫଣ୍ଡ୍‌ କମ୍ପାନିରେ ୧୦ ହଜାର ଟଙ୍କାରୁ ଅଧିକ ଜମା ରଖିଥିବା ଜମାକାରୀ ସେମାନଙ୍କ ଜମା ରାଶି ଫେରି ପାଇବାର ସମ୍ଭାବନା କମ୍। ଆଜି ଖୋଦ୍ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଇଙ୍ଗିତ ଦେଇଛନ୍ତି। ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି, ୧୦ ହଜାର ଟଙ୍କା ଯାଏ ଜମା ରଖିଥିବା ଜମାକାରୀଙ୍କୁ ଅର୍ଥ ଫେରାଇବାର ବ୍ୟବସ୍ଥା କରାଯାଇଛି। ଏହାର ପ୍ରକ୍ରିୟା‌ ଚାଲୁ ରହିଛି। ୧୦ ହଜାର ଟଙ୍କାରୁ ଅଧିକ ଜମା ରଖିଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗତକାଲି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ଦର୍ଶାଇଥିଲେ, ଚିଟ୍‌ଫଣ୍ଡ୍‌ ନେଇ ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍‌ ଏମ୍‌ ଦାସ କମିସନ୍‌ଙ୍କୁ ଦିଆଯାଇଥିବା ‘ଟର୍ମ ଅଫ୍ ରେଫରେନ୍ସ’ରେ ବୃହତ ଜମାକାରୀଙ୍କ ପାଇଁ କୌଣସି ବ୍ୟବସ୍ଥା ରଖାଯାଇ ନାହିଁ।

ସମ୍ବନ୍ଧିତ ଖବର