୫୦୦ ଅଧ୍ୟାୟରେ ଚକ୍‌ଲେଟ୍‌ ବାୟା

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ରେଡ଼ିଓ ଚକ୍‌ଲେଟ୍‌ ୧୦୪ ଏଫ୍ଏମ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଚକ୍‌ଲେଟ୍‌ ବାୟା’ ଇତି ମଧ୍ୟରେ ୫୦୦ ଅଧ୍ୟାୟ ଅତିକ୍ରମ କରି ଏକ ନୂଅା କୀର୍ତ୍ତିସ୍ତମ୍ଭ ସୃଷ୍ଟି କରିଛି ା ଏଇ ଅବସରରେ ରେଡ଼ିଓ ଚକ୍‌ଲେଟ୍‌ ପରିସର ଭିତରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଉପସ୍ଥିତ ରହି ରେଡିଓ ଚକ୍‌ଲେଟ୍‌ରେ ସଚେତନମୂଳକ କାର୍ଯ୍ୟକ୍ରମ ‘ମେରି ଅାୱାଜ୍‌ ଶୁନୋ’ ପରି ଶ୍ରୋତାମାନେ ‘ଚକ୍‌ଲେଟ ବାୟା’କୁ ମଧ୍ୟ ଖୁବ୍ ଭଲପାଇବା ଦେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ ‘ଚକ୍‌ଲେଟ୍‌ ବାୟା’ର ଗୀତ ରଚନା କରୁଥିବା ଗୁରୁ ଶତପଥୀ, କଣ୍ଠଦାନ କରୁଥିବା ସୌମିତ୍ରୀ ପଲାଇ, ଅଭିନୟ କରୁଥିବା ସୁବ୍ରତ ସ୍ବାଇଁ, ଗ୍ରାଫିକ୍ସ ଡିଜାଇନର୍ ହାଡୁ କିଶୋର ବେହେରା, ଭିଜୁଅାଲ୍ ଏଡିଟର୍ ଅରୁଣ ଦାସ, ସାଉଣ୍ଡ୍ ଇଂଜିନିୟର ସତ୍ୟବ୍ରତ ମହାନ୍ତି ଏବଂ ଶ୍ରୀକାନ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଡିଓ ଚକ୍‌ଲେଟର ମାର୍କେଟିଂ ହେଡ୍ ଲିଙ୍ଗରାଜ ଲେଙ୍କା, ଅର୍ଥ ବିଭାଗର ଏଜିଏମ୍ ପ୍ରଣୟ ଅାଚାର୍ଯ୍ୟ, ଲକ୍ଷ୍ମୀଧର ମହାପାତ୍ର, ସେଲ୍ସ କ୍ଲଷ୍ଟର ହେଡ୍ ପ୍ରଶାନ୍ତ ମାଲୁ, ମାନବ ସମ୍ବଳ ବିଭାଗର ଚିନ୍ମୟୀ ପଟ୍ଟନାୟକ ଏବଂ ତୃପ୍ତିମୟୀ ନାୟକ ତଥା ରେଡିଓ ଚକ୍‌ଲେଟର ସମସ୍ତ ଅାର୍ଜେ ଉପସ୍ଥିତ ଥିଲେ। ରେଡିଓ ଚକ୍‌ଲେଟର୍‌ ପୋଗ୍ରାମିଂ ହେଡ୍ ସଂଗ୍ରାମ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ା

ସମ୍ବନ୍ଧିତ ଖବର