ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ

ସାକ୍ଷୀଗୋପାଳ : ସତ୍ୟବାଦୀର ଐତିହାସିକ ବକୁଳ ବନ ପରିସରରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଓ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିର୍ମାଣ କାର୍ଯ୍ୟ ଶନିବାର ଦିନ ଆରମ୍ଭ ହୋଇଅଛି। ଏଥିପାଇଁ ପୁରୋହିତ ବଂଶୀଧର ପାଢ଼ୀ ଓ ସାକ୍ଷୀଗୋପାଳ ମନ୍ଦିର ସେବାୟତ ବିଶ୍ୱନାଥ ମହାପାତ୍ର ବୈଦିକ ରୀତିରେ ଭୂମି ପୂଜନ କରିଥିଲେ। ବିଶ୍ୱବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଶନିବାର ଦିନ ମୃତ୍ତିକା ପରୀକ୍ଷା କରାଯାଇଛି। ଓଡ଼ିଶା ସେତୁ ନିର୍ମାଣ ନିଗମର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ, ପ୍ରକଳ୍ପ ମୁଖ୍ୟ ଉମେଶ ଚନ୍ଦ୍ର ଜେନା, ଯନ୍ତ୍ରୀ ଶୁଭମ ପାତ୍ର ଓ ଅଭିଷେକ ତ୍ରିପାଠୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର