୪୦ ହଜାର ଟପିଲା ରାଜ୍ୟରେ ଦୈନିକ କୋଭିଡ୍ ନମୁନା ପରୀକ୍ଷା

ଦିନକରେ ୧୯୮୧ ପଜିଟିଭ୍, ୧୪୨୨ ସୁସ୍ଥ
୧୭ ଜିଲ୍ଲାରେ ଆକ୍ରାନ୍ତ ହଜାରେ ଉପରେ
୨ ନୂଆ ଜିଲ୍ଲାରେ ଆର୍‌ଟି-ପିସିଆର୍‌
କୋରାପୁଟରେ ଖୋଲିବ ପ୍ଲାଜ୍‌ମା ବ୍ୟାଙ୍କ୍‌

ଭୁବନେଶ୍ୱର : ରାଜ୍ୟରେ ଦୈନିକ କୋଭିଡ୍ ନମୁନା ପରୀକ୍ଷା ୪୦ ହଜାର ଟପିଛି। ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୯୮୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଏ ପର୍ଯ୍ୟନ୍ତ ସର୍ବାଧିକ। ଏଥିରେ ୫ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ‌ଶହେ ଉପରେ ରହିଛି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୫୩ରେ ପହଞ୍ଚିଯାଇଛି। ତେବେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟର ଏ ପର୍ଯ୍ୟନ୍ତ ୧୭ଟି ଜିଲ୍ଲାରେ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇସାରିଲେଣି। ଏପରିକି ଆଉ କିଛି ଜିଲ୍ଲାର ହଜାର ନିକଟବର୍ତୀ ହୋଇଛନ୍ତି।

ଆଜି ଆଉ ୯ଜଣ ରୋଗୀ କରୋନାରେ ପ୍ରାଣ ହରାଇଥିବା ସଂପର୍କରେ ଘୋଷଣା କରାଯାଇଛି। ଏଥିରେ ଗଞ୍ଜାମର ସର୍ବାଧିକ ୩ଜଣ ରହିଛନ୍ତି। ଗଞ୍ଜାମର ୭୩ବର୍ଷର ପୁରୁଷ, ୮୨ବର୍ଷର ପୁରୁଷ, କନ୍ଧମାଳର ୬୧ବର୍ଷର ପୁରୁଷ, ମୟୂରଭଞ୍ଜର ୫୮ବର୍ଷର ପୁରୁଷ ଓ ସୁନ୍ଦରଗଡ଼ର ୮୧ବର୍ଷର ବୃଦ୍ଧ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟ ଜଟିଳ ରୋଗରେ ପୀଡ଼ିତ ଥିଲେ। ସେହିପରି ଗଞ୍ଜାମର ୩୬ବର୍ଷର ଯୁବକ ଓ ମୟୂରଭଞ୍ଜର ୬୦ବର୍ଷର ପୁରୁଷଙ୍କ କୌଣସି ଜଟିଳ ରୋଗ ନ ଥିବା ବେଳେ ଦୁହେଁ କେବଳ ଭୂତାଣରୁ ଶିକାର ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୪୭, ଖୋର୍ଧା ୪୨, ସୁନ୍ଦରଗଡ଼ ୨୦, ଗଜପତି ୧୬, ରାୟଗଡ଼ା ୧୪, କଟକ ୧୩, ନୟାଗଡ଼ ୮, ବାଲେଶ୍ବର ୭ ଓ କନ୍ଧମାଳରେ ୬ଜଣଙ୍କ ସମେତ ଅନ୍ୟ ଜିଲ୍ଲାରେ କରୋନା ମୃତ୍ୟୁ ହୋଇଛି। ରାଜ୍ୟରେ ୫୩ଜଣ ରୋଗୀ ଅଣ କରୋନାରେ ପ୍ରାଣ ହରାଇଛନ୍ତି।

Personnel Today

ଦିନକରେ ଚିହ୍ନଟ ୧୯୮୧ ପଜିଟିଭ୍‌ଙ୍କ ମଧ୍ୟରେ ଖୋର୍ଧାରେ ସର୍ବାଧିକ ୨୭୪ଜଣ ରହିଛନ୍ତି। ଗଞ୍ଜାମ ୨୬୭, କନ୍ଧମାଳ ୧୭୯, ସୁନ୍ଦରଗଡ଼ ୧୪୫, କଟକ ୧୩୧, କୋରାପୁଟ ୯୭, ପୁରୀ ୭୭, ଭଦ୍ରକ ୬୫, ମାଲକାନାଗିରି ୬୪, ଯାଜପୁର ୬୦, ବାଲେଶ୍ବର ୫୯, ସୋନପୁର ୫୭, ନୟାଗଡ଼ ୫୬, ରାୟଗଡ଼ା ୫୫, ଜଗତସିଂହପୁର ୪୨, କଳାହାଣ୍ଡି ୩୯, ସମ୍ବଲପୁର ୩୮, ମୟୂରଭଞ୍ଜ ୩୭, କେନ୍ଦ୍ରାପଡ଼ା ୨୯, ବଲାଙ୍ଗୀର ୨୭, ବୌଦ୍ଧ ୨୨, ନବରଙ୍ଗପୁର ୧୮, ନୂଆପଡ଼ା ଓ ଦେବଗଡ଼ରୁ ୧୬ଜଣ ଲେଖାଏଁ, ଗଜପତି ଓ ଝାରସୁଗୁଡ଼ା ୮ଜଣ ଲେଖାଏଁ ଓ ଅନୁଗୁଳରୁ ୬ଜଣ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମରେ ଆଜି ସୁଦ୍ଧା ସର୍ବାଧିକ ୧୩୮୪୨ଜଣ ଚିହ୍ନଟ ହୋଇଛନ୍ତି। ଏହାପଛକୁ ରହିଛି ଖୋର୍ଧା ୭୪୫୨, କଟକ ୩୫୧୮, ସୁନ୍ଦରଗଡ଼ ୨୭୧୭, ଗଜପତି ୨୧୧୯, ଯାଜପୁର ୧୭୬୨, ରାୟଗଡ଼ା ୧୭୩୪, ବାଲେଶ୍ବର ୧୬୨୮, କୋରାପୁଟ ୧୪୯୦, ପୁରୀ ୧୪୭୨, ସମ୍ବଲପୁର ୧୨୬୯, ନୟାଗଡ଼ ୧୨୫୯, ଭଦ୍ରକ ୧୧୮୨, କନ୍ଧମାଳ ୧୧୪୧, କେନ୍ଦୁଝର ୧୧୧୦, ମୟୂରଭଞ୍ଜ ୧୦୩୪ ଓ ମାଲକାନଗିରିରେ ୧୦୩୧।

ରାଜ୍ୟରେ ଦିନକରେ ୪୦ହଜାର କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ଚଳିତମାସ ୧ତାରିଖରେ ୧୪ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ଏଥିରେ ଯଥେଷ୍ଟ ବୃଦ୍ଧି ହୋଇଛି। ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ଅଧିକ ସଂଖ୍ୟାରେ ପରୀକ୍ଷା ହୋଇଛି। ପୂର୍ବରୁ ରାଜ୍ୟ ସରକାର ୫.୨୫ଲକ୍ଷ ଓ ୧୩ଲକ୍ଷ ରାପିଡ୍‌ କିଟ୍‌ କିଣି ସାରିଥିବା ବେଳେ ତୃତୀୟ ଟେଣ୍ଡରରେ ୧୫ଲକ୍ଷ ରାପିଡ୍‌ କିଟ୍‌ କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଆଉ ୭ଟି ନୂଆ ଆରଟି-ପିସିଆର ପାଇଁ ଲ୍ୟାବ୍ ପ୍ରତିଷ୍ଠା ହେବ। ଅନୁଗୁଳ, କେନ୍ଦୁଝର, ଝାରସୁଗୁଡ଼ା, ଭବାନୀପାଟଣା, ଯାଜପୁର ଟାଟା କୋଭିଡ୍‌ ହସ୍ପିଟାଲ ଓ ପୁରୀରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଆରଏମ୍‌ଆରସିରେ ତାଲିମ୍ ଦିଆଯାଉଛି। ଏହାସହ ଦେବଗଡ଼ ଓ ନୟାଗଡ଼ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଆଗକୁ କୋରାପୁଟ୍‌ରେ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ହେବ। ରାଜ୍ୟରେ ଏବେ ୫ଟି ପ୍ଲାଜ୍‌ମା ବ୍ୟାଙ୍କ ଥିବା ବେଳେ ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି କିଣାଯାଉଛି। ଆସନ୍ତା ୭/୮ଦିନ ଭିତରେ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ଆଜି ରାଜ୍ୟରେ ୧୪୨୨ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମ ୨୫୫, ଖୋର୍ଧା ୨୨୮, ଗଜପତି ୧୩୯, ବଲାଙ୍ଗୀର ୧୦୦, ସମ୍ବଲପୁର ୯୫, କଟକ ୭୧, ସୁନ୍ଦରଗଡ଼ ୫୭, ପୁରୀ ୪୫, ଭଦ୍ରକ ୪୪, ରାୟଗଡ଼ା ୪୨, ଢେଙ୍କାନାଳ ୩୭, କନ୍ଧମାଳ ୩୬, ମାଲକାନଗିରି ୩୩, କେନ୍ଦୁଝର ୩୦, କୋରାପୁଟ ୨୯, ବୌଦ୍ଧ ୨୮, ଝାରସୁଗୁଡ଼ା ୨୧, ମୟୂରଭଞ୍ଜ ୨୦, ସୋନପୁର ୧୯, ଜଗତସିଂହପୁର ୧୮, ବାଲେଶ୍ବର ୧୩, ବରଗଡ଼ ୧୨, କଳାହାଣ୍ଡି ୧୦, କେନ୍ଦ୍ରାପଡ଼ା ୭, ଯାଜପୁର ୪ ଓ ନବରଙ୍ଗପୁରରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୭୯୦୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର