ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ପୁଲିସ ବାବୁ

ବରଗଡ଼/ଗାଇସିଲାଟ୍‌ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ପୁଲିସ ବାବୁ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବୀରବର ଭଗତ।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଫସିଥିଲେ ଗାଇସିଲାଟ ଥାନାଧିକାରୀ ବୀରବର ଭଗତ। ସୋମବାର ରାତି ସାଢ଼େ ୩ଟା ସମୟରେ ଭିଜିଲାନ୍ସ ବିଭାଗ ଏକକାଳୀନ ଭାବେ ଶ୍ରୀ ଭଗତଙ୍କ ଗାଇସିଲାଟ୍‌ସ୍ଥିତ ସରକାରୀ ଘର ଓ ଅଫିସ୍‌, ସମ୍ବଲପୁର ଅଇଁଠାପାଲି ଥାନା ଅନଗୁଲିଆପଡ଼ାସ୍ଥିତ ଘର ଏବଂ ସମ୍ବଲପୁର ସଦର ଥାନା ଅନ୍ତର୍ଗତ କବରାପାଲିସ୍ଥିତ ଫାର୍ମ ହାଉସ୍‌ରେ ଚଢ଼ଉ କରିଥିଲା। ଚଢ଼ଉ ପରେ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ତାଙ୍କ ଦୁଇମହଲା କୋଠା, ଫାର୍ମ ହାଉସ୍‌, ସମ୍ବଲପୁର ବହିଦାରପାଲିରେ ବେନାମୀ ୨.୬୧ଏକର ଜମି, ଅଇଁଠାପାଲିରେ ୦.୨୪ ଏକର ଜମି, ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ୨.୧୪ ଏକର, ୧.୦୬ ଏକର ଏବଂ ୦.୧୯ ଏକର ବିଶିଷ୍ଟ ଜମିଥିବା ଜଣାପଡ଼ିଛି।

ସେହିପରି ତାଙ୍କ ପାଖରେ ୧୬୫ ଗ୍ରାମ ଓଜନର ସୁନା ଗହଣା, ନଗଦ ୭୯,୪୬୦ ଟଙ୍କା, ୨ଟି କାର୍‌ ଏବଂ ଦୁଇଟି ବାଇକ୍‌ ଥିବା ଯାଞ୍ଚରୁ ଭିଜିଲାନ୍ସ ଟିମ୍‌ ପାଇଥିଲା। ଚଢ଼ଉ ବେଳେ ଭିଜିଲାନ୍ସ ବିଭାଗର ୨ଜଣ ଡିଏସ୍‌ପି, ୭ଜଣ ଇନ୍ସପେକ୍ଟର, ୨ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର