ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଖାଦ୍ୟରେ ଦୈନିକ ଖର୍ଚ୍ଚ ହେବ ୨୪୦ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ
ଜିଲ୍ଲାପାଳ ଓ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ବର : ରାଜ୍ୟରେ ଥିବା କୋଭିଡ୍‌ ହସ୍ପିଟାଲ, କୋଭିଡ୍‌ କେୟାର ସେଣ୍ଟର ଓ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ଦୈନିକ ଖାଦ୍ୟ ବାବଦରେ ମିଳିବ ୨୪୦ ଟଙ୍କା। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଯୋଗାଇ ଦିଆଯିବ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ସରକାରୀ ମେଡିକାଲ୍‌ କଲେଜ ଅଧ୍ୟକ୍ଷ,ସୁପରିନ୍‌ଟେଣ୍ଡେଣ୍ଟ୍‌, ସିଡିଏମ୍‌ଓ ଓ ଜନସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଭତ୍ତା ଆକାରରେ ପ୍ରଦାନ କରାଯିବାକୁ ଥିବା ଏହି ଅର୍ଥ କେବଳ ଖାଦ୍ୟ ଆକାରରେ ଖର୍ଚ୍ଚ କରାଯିବ। କୌଣସି ବି ପରିସ୍ଥିତିରେ ଡାକ୍ତର କିମ୍ବା ପାରାମେଡିକାଲ କର୍ମଚାରୀମାନେ ଏହି ଭତ୍ତା ଟଙ୍କାକୁ ଅର୍ଥ ଆକାରରେ ଦେବାକୁ ଦାବି କରିପାରିବେନି ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର