ଆଜି ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ଠାରେ ଉପକୂଳ ଅତିକ୍ରମ କରିବ ଅବପାତ ପାଲଟିଥିବା ଲଘୁଚାପ

ଭୁବନେଶ୍ୱର: ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଭ୍ୟନ୍ତର ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଗତ ଛଅ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୫ କିଲୋମିଟର୍‌ ବେଗରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତ ପାଲଟିଛି। ତାହା ବୁଧବାର ଭୋର୍‌ ୫: ୩୦ ସୁଦ୍ଧା ବାଲେଶ୍ୱରର ଦକ୍ଷିଣପୂର୍ବ ଠାରୁ ୭୦ କିଲୋମିଟର୍‌ ଏବଂ ଦିଘାର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ମଧ୍ୟରେ ପ୍ରାୟ ୭୦ କିଲୋମିଟର୍‌ ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି।

ଆଜି ମଧ୍ୟାହ୍ନ ସୁଦ୍ଧା ଏହି ଅବପାତ ପଶ୍ଚିମ ଉତ୍ତରପଶ୍ଚିମ ଆଡ଼କୁ ଗତି କରି ବାଲେଶ୍ୱର ନିକଟରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର