ଫୋକସରେ ପୂର୍ବଘାଟ ପର୍ବତମାଳା: ପର୍ଯ୍ୟଟନକୁ ମାନ୍ୟମ ଜିଲ୍ଲାପାଳଙ୍କ ଗୁରୁତ୍ବ

କୋରାପୁଟ: ଆଜି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ମାନ୍ୟମ ଜିଲ୍ଲାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାବେଳେ ଜିଲ୍ଲାର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ନିଶାନ୍ତ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ  ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଛି।

ସୂଚନା ଅନୁସାରେ ପାର୍ବତୀପୁରମର ସନ୍ନିକଟ ଅଞ୍ଚଳରେ ଏକ ଇକୋ ଟ୍ୟୁରିଜିମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ରହିଥିବାବେଳେ ଏଥିରେ ଫୁଡପାର୍କ, ୱାଟର ସ୍ପ‌ୋଟ୍ସ, ଭାଷମାନ ବିଳାସପୂଣ୍ଣ ହୋଟେଲ ସହ ପୂର୍ବଘାଟ ପର୍ବତମାଳାକୁ ନେଇ ପର୍ବତାରୋହଣ, ଟ୍ରେକିଂ, ଇକୋ କ୍ଲବ ସହ ଇକୋ ଭିଲେଜ୍‌ ପାଇଁ ତିଆରି ହୋଇଛି ବ୍ଲୁ ପ୍ରିଣ୍ଟ।

ସୂଚନା ଥାଉକି ଗତ କିଛିଦିନ ତଳେ ୧୧ କୋଟି ବ୍ୟୟରେ ପଗୁଣ ସିନେରୀ ଓ ହରମାଣ୍ଡାଗି ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପିଡ୍ଡିକା ରାଜନ୍ନା ଦୋରା ୫ଟି ଗ୍ରାମକୁ ରାସ୍ତା ନିର୍ମାର ଶୁଭାରମ୍ଭ କରିଥିଲେ। ସେଠାରେ ଆନ୍ଧ୍ର ଓ ଓଡିଶାର ଜିରୋ ପଏଣ୍ଟରେ ଗଣମାଧ୍ୟମକୁ ରାସ୍ତା ହେବା ଦ୍ବାରା ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟନ ବିକାଶ ପାଇଁ ସହାୟକ ହେବ ବୋଲି କହିଥିଲେ ଏବଂ କୋଟିଆରୁ ନାରାୟଣପାଟଣା ଭିତରେ ରହିଥିବା ସୀମାନ୍ତ ପାହାଡ, ଝରଣା ଓ ଜଳବାୟୁ, ଆଦିବାସୀ ବସ୍ତି ପାଇଁ ଲୋକେ ଛୁଟିବେ ବୋଲି କହିଥିଲେ। ଏହି ପରି‌ପ୍ରେକ୍ଷୀରେ ଆଜିର ‌ଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ବୈଠକ ସୂଚାଉଛି ଯେ ପର୍ଯ୍ରଟନର ବିକାଶ ନାଁରେ ପୂର୍ବଘାଟ ପର୍ବତମାଳା ସହ କୋଟିଆ ଅଞ୍ଚ‌ଳରେ ଭିନ୍ନ ଏକ ଆଳରେ ଅନାଧିକାର ପ୍ର‌ବେଶ କରିବାର ସୁଯୋଗ ଆଣି ଦେଇଛି।

ସମ୍ବନ୍ଧିତ ଖବର