ପୂର୍ବାଞ୍ଚଳ ରାଜ୍ୟ ପୁଲିସ ଡିଜିମାନଙ୍କ ଭର୍ଚୁଆଲ ସମ୍ମିଳନୀ : ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ କ୍ଷେତ୍ରରେ ସମନ୍ବୟ ପାଇଁ ସହମତି

ଭୁବନେଶ୍ବର :  ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ ସମନ୍ବୟ କମିଟିର ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି  । ଓଡ଼ିଶାର ପୁଲିସ ଡିଜି ଅଭୟଙ୍କ ଆବାହକତ୍ବରେ ହୋଇଥିବା ଏହି ସମ୍ମିଳନୀରେ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର ପୁଲିସ ଡିଜିମାନେ ଯୋଗଦେଇଥିଲେ ।

ଏହି ବୈଠକରେ ନକ୍ସଲ ବିରୋଧୀ ଅପରେସନରେ ସମନ୍ବୟ, ଆଭ୍ୟନ୍ତରୀଣ ସୁରକ୍ଷା ମାମଲାରେ ସମନ୍ବୟ, ଅନ୍ତଃରାଜ୍ୟ ଅପରାଧ ଯ଼େପରିକି ସାଇବର ଅପରାଧ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ ଆଦି ନିୟନ୍ତ୍ରଣରେ ସମନ୍ବୟ ଓ କ୍ଷମତା ବୃଦ୍ଧି କ୍ଷେତ୍ରରେ ସମନ୍ବୟ ଆଦି ଉପରେ ଆଲୋଚନା ହୋଇଥିଲା ।

ଏହି ସମ୍ମିଳନୀରେ ଏସବୁ ରାଜ୍ୟଗୁଡ଼ିକର ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ବି ଯୋଗ ଦେଇଥିଲେ । ଓଡ଼ିଶା ତରଫରୁ ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାସ, ଅତିରିକ୍ତ ଡିଜି (କ୍ରାଇମ ବ୍ରାଞ୍ଚ) ସଂଜୀବ ପଣ୍ଡା, ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ଆର.କେ. ଶର୍ମା, ପୁଲିସ ଆଜି (ଅପରେସନ୍ସ) ଅମିତାଭ ଠାକୁର, ଆଇଜି କ୍ରାଇମବ୍ରାଞ୍ଚ ଅମିତେନ୍ଦ୍ର ନାଥ ସିହ୍ନା ଯୋଗ ଦେଇଥିଲେ ।

 

ସମ୍ବନ୍ଧିତ ଖବର