ସହର ଉପକଣ୍ଠରେ ମାତିଲେ ହାତୀପଲ, ଦଳରେ ଅଛନ୍ତି ୨୮ ହାତୀ

ରାଉରକେଲା: ସହର ଉପକଣ୍ଠ ବନ୍ଧମୁଣ୍ଡା ଅଞ୍ଚଳରେ ମାରିଛନ୍ତି ହାତୀପଲ। ଏହି ଦଳରେ ୧ ଦନ୍ତା, ୨ ଛୁଆ ହାତୀ ସହ ମୋଟ ୨୮ ଟି ହାତୀ ଅଛନ୍ତି। ଗତ ପ୍ରାୟ ୫/୬ ଦିନ ହେଲା ଏହି ହାତୀପଲ ପାନପୋଷ ଓ ବିଶ୍ରା ରେଞ୍ଜ ର ବନ୍ଧମୁଣ୍ଡା, ଡୁମେର୍ତା, ଆର୍ ଏସ କଲୋନୀ, ଜବାଘାଟ, ଗୁଙ୍ଗୁଝର, ଉପରବାହାଲ ଅଞ୍ଚଳରେ ତାଣ୍ଡବ ରଚିଛନ୍ତି। ଆଜି ଭୋର୍ ୪ ତାରେ ହାତୀପଲ ଜବଘାଟ ରୁ ବନ୍ଧମୁଣ୍ଡା ଅଞ୍ଚଳକୁ ଆସୁଥିବାବେଳେ ଲୋକଙ୍କ ପାଟିତୁଣ୍ଡ, ଗହଳି ଯୋଗୁଁ ହାୱଡା-ମୁମ୍ବାଇ ରେଳପଥ ଡାଉନଲେନ୍ କଡ଼ରେ ରହିଯାଇଥିଲେ। ଫଳରେ ଉକ୍ତ ରେଳପଥରେ ଟ୍ରେନ ଚଳାଚଳ ସ୍ବାଭାବିକ ଗତିରେ ନ ଯାଇ ମାତ୍ର ୧୦ କିଲୋମିଟର ଗତିରେ ଚଳାଚଳ କରିଥିଲା। ଆଜି ସନ୍ଧ୍ୟାରେ ବାନ କର୍ତ୍ତୃପକ୍ଷ ହାତୀପଲ କୁ ପୋଖରାବାହାଲ ଜଙ୍ଗଲକୁ ଘଉଡ଼ାଇଥିବାବେଲେ ଯେ କୌଣସି ମୁହୂର୍ତ୍ତରେ ପୁଣି ସହର ମୁହାଁ ହେବା ଆଶଙ୍କା ରହିଛି। ଏନେଇ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

 

ସମ୍ବନ୍ଧିତ ଖବର