ବାଇକ ଦୁର୍ଘଟଣାରେ ୨ ମୃତ

ଭଦ୍ରକ: ସୋମବାର ରାତିରେ ଭଦ୍ରକ ଜିଲ୍ଲା ଗେଲପୁର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବାଇକକୁ କୌଣସି ଏକ ଗାଡି ପିଟିଦେବାରୁ ୨ ବାଇକ ଆରୋହୀଙ୍କର ଜୀବନ ଯାଇଛି। ପୁଲିସ କହିଛି ଯେ, ୨ଜଣ ବ୍ୟକ୍ତି ଏକ ବାଇକରେ ୧୬ନଂ. ଜାତୀୟ ରାଜପଥରେ ଭୁବନେଶ୍ବରରୁ ଭଦ୍ରକ ଫେରୁଥିଲେ। ସମ୍ମୁଖପଟୁ ଆସୁଥିବା କୌଣସି ଏକ ଗାଡି ଗେଲପୁର ଗ୍ରୀଡ ନିକଟରେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକଆରୋହୀ ଦୁଇଜଣ ଛିଟିକି ପଡିଥିଲେ। ବାଇକଟି ଚୂରମାର ହୋଇଯାଇଥିବାବେଳେ ଗାଡିଟି ଧକ୍କା ଦେଇ ପଳାଇ ଯାଇଛି।

ବାଇକକୁ ଜବତ କରାଯାଇଥିବାବେଳେ ମୃତଦେହ ଦୁଇଟିକୁ ଜବତ କରାଯାଇ ସ୍ଥାନୀୟ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ୨ଜଣ ଭଦ୍ରକ ଅଞ୍ଚଳ ବୋଲି ପୁଲିସ କହିଛି। ତେବେ ସେମାନେ କେଉଁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଉଥିଲେ, କେଉଁ ଗାଡି ସେମାନଙ୍କୁ ଧକ୍କା ଦେଇ ପଳାଇଯାଇଛି ତାହାର ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। ତେବେ ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ପୁଲିସ ପକ୍ଷରୁ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର