କଟକ:ଆସନ୍ତା ବର୍ଷ ହଜ୍ଯାତ୍ରା ପାଇଁ ଛଅ ଶହରୁ ଅଧିକ ଶ୍ରଦ୍ଧାଳୁ ଆବେଦନ କରିଥିବା ସୂଚନା ମିଳିଛି ା ଆସନ୍ତାକାଲି ଆବେଦନର ଶେଷ ଦିନ ଥିବାରୁ ଏହି ସଂଖ୍ୟା ଅଧିକ ହେବା ଆଶା କରାଯାଉଛି ା ହଜ୍ ଯାତ୍ରା ଲାଗି ରାଜ୍ୟ ହଜ୍ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୧୭ ନଭେମ୍ବର ୨୦୧୮ ସୁଦ୍ଧା ଆବେଦନ ଲାଗି ସମୟ ଧାର୍ଯ୍ୟ ହୋଇଥିଲା ା ପରେ ଏହାର ସମୟସୀମା ଡିସେମ୍ବର ୧୯କୁ ବୃଦ୍ଧି କରାଯାଇଥିଲା ା ଆସନ୍ତା ଜୁଲାଇରେ ହଜ୍ ଯାତ୍ରୀମାନେ ମକ୍କାମଦିନାକୁ ଦର୍ଶନରେ ଯିବେ ା ଏଥିପାଇଁ ହଜ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି ା ଚଳିତ ବର୍ଷ ୭୩୪ ଜଣ ଶ୍ରଦ୍ଧାଳୁ ହଜ୍ ଯାତ୍ରାରେ ଯାଇଥିଲେ ା