ଲୁକ୍ ଆଉଟ୍‌ ସର୍କୁଲାର ପ୍ରତ୍ୟାହାର ପାଇଁ ସିବିଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଗୋଲେଡେନ ଲ୍ୟାଣ୍ଡ୍ ଡେଭଲପର୍ସ ଗ୍ରୁପ ଅଫ କମ୍ପାନିର ପ୍ରମୋଟର ତଥା ନିର୍ଦ୍ଦେଶକ ବିଜୟ ବର୍ମାଙ୍କ ବିରୋଧରେ ଜାରି ସିବିଆଇର ଲୁକଆଉଟ ସର୍କୁଲାର (ଏଲଓସି)କୁ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଲଓସିକୁ ଉଠାଇବା ପାଇଁ ଶ୍ରୀ ବର୍ମା ଦାୟର କରିଥିବା ଅାବେଦନକୁ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ସିଜେଏମ (ସିବିଅାଇ) ଅଦାଲତ ଖାରଜ କରି ପ୍ରଦାନ କରିଥିବା ୨୦୨୨, ଏପ୍ରିଲ ୧୩ର ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କ ବିରୋଧରେ ଥିବା ଏଲଓସିକୁ ପ୍ରତ୍ୟାହାର ପାଇଁ ହାଇକୋର୍ଟ ସର୍ତ୍ତମୂଳକ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ଆବେଦନକାରୀ ତଦନ୍ତ ଓ ଟ୍ରାଏଲରେ ସହଯୋଗ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦାଖଲ କରିବେ। ସେହିପରି ଭାବେ ନିମ୍ନ ଅଦାଲତ ଆବଶ୍ୟକ ଅତିରିକ୍ତ ସର୍ତ୍ତ ଧାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟ ନ‌ିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ବର୍ମାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର