ହୀରାକୁଦର ଆଉ ୩ ଗେଟ୍‌ ବନ୍ଦ ହେଲା : ୨ ଗେଟ୍‌ ଖୋଲା, ଜଳସ୍ତର ୬୧୦ ଫୁଟ୍‌

ସମ୍ବଲପୁର : ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ଦୁଇଟି ଗେଟ୍‌ ବନ୍ଦ ହୋଇଛି। ଦିନ ୧୨ଟାରେ ଗୋଟିଏ ଓ ୨ଟାରେ ୨ଟି ଗେଟ୍‌ ବନ୍ଦ କରା ଯାଇଥିଲା। ଶନିବାର ରାତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୦.୦୮ ଫୁଟ୍‌ ଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୬୧,୯୬୨ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ୪୫,୯୬୨ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେହି ସମୟରେ ୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ମହାନଦୀକୁ ୨୯, ୭୩୦ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା। ପାଓ୍ଵାର ଚାନେଲରେ ୧୧,୫୮୪ କ୍ୟୁସେକ୍‌, ବରଗଡ଼ କେନାଲରେ ୩,୭୫୧ କ୍ୟୁସେକ୍‌, ଶାସନ କେନାଲ ଦେଇ ୪୦୦ ଓ ସମ୍ବଲପୁର କେନାଲ ଦେଇ ୯୮ କ୍ୟୁସେକ ପାଣି ଛଡ଼ା ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୧.୧୬ ମିଲିମିଟର ଓ ତଳ ମୁଣ୍ଡରେ ୨.୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର