ଗତ ୯ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି: ମନ୍ତ୍ରୀ

ଭୁବ‌ନେଶ୍ବର: ଗତ ୯ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ  ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଷ୍ଟ୍ର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଥାନା ପୁଲିସ ହେପାଜତରେ ୨୦୧୩ରେ ୬, ୨୦୧୪ରେ ୨, ୨୦୧୫ରେ ୮, ୨୦୧୬ରେ ୪, ୨୦୧୭ରେ ୩, ୨୦୧୮ରେ ୪, ୨୦୧୯ରେ ୭, ୨୦୨୦ରେ ୭, ୨୦୨୧ରେ ୪ ଓ ୨୦୨୨ରେ ୫ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି।

ଠିକ୍ ସେହିପରି ଜେଲରେ  ୨୦୧୩ରେ ୪୬, ୨୦୧୪ରେ ୪୩, ୨୦୧୫ରେ ୪୬, ୨୦୧୬ରେ ୪୮, ୨୦୧୭ରେ ୪୭, ୨୦୧୮ରେ ୫୧, ୨୦୧୯ରେ ୫୩, ୨୦୨୦ରେ ୭୮, ୨୦୨୧ରେ ୬୧ ଓ ୨୦୨୨ରେ ୭୩ ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି।

କେତେ ମାମଲାରେ କୋର୍ଟ, ରାଜ୍ୟ ତଥା ଜାତୀୟ ମାନବାଧିକାର କମିସନ କ୍ଷତିପୂରଣ ପ୍ରଦାନ ନିମନ୍ତେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି, ସେନେଇଆରକ୍ଷୀ ଅଧୀକ୍ଷକମାନଙ୍କଠାରୁ ସବିଶେଷତଥ୍ୟ ସଂଗ୍ରହ କରାଯାଉଛି ବୋଲି ବି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।


ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଶୂନ୍ୟକାଳରେ ପ୍ରଶ୍ନ କରିଥିଲେ, ରାଜ୍ୟର ବିଭିନ୍ନ ଥାନା ହାଜତ ଓ ଜେଲରେ କେତେ ଅଭିଯୁକ୍ତ କିମ୍ବା କଏଦୀଙ୍କର ମୃତ୍ୟୁ ଘଟିଛି ଓ ପୁଲିସ ଅତ୍ୟାଚାର ବିରୋଧରେ ମୋଟ କେତେ ମାମଲା ରୁଜୁ ହୋଇଛି। ଗତ ୧୦ ବର୍ଷର ତଥ୍ୟ ଦେବା ସହିତ ସେଥିରୁ କେତେ ମାମଲାରେ କୋର୍ଟ, ରାଜ୍ୟ ତଥା ଜାତୀୟ ମାନବାଧିକାର କମିସନ କ୍ଷତିପୂରଣ ପ୍ରଦାନ ନିମନ୍ତେ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି, ଜଣାଇବେ କି?

ସମ୍ବନ୍ଧିତ ଖବର