ରାସନ କାର୍ଡ ହିତାଧିକାରୀଙ୍କୁ ହଜାରେ ଟଙ୍କା ପ୍ରଦାନ ପ୍ରସଙ୍ଗ: ୯୬୦ କୋଟି ଖର୍ଚ୍ଚର ହିସାବ ମିଳିନି

ଭୁବନେଶ୍ବର : ୯୬୦ କୋଟି ଟଙ୍କାର ବିନିଯୋଗପତ୍ର ପାଇ ନାହିଁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ। ରାଜ୍ୟର କୌଣସି ଜିଲ୍ଲା ଟଙ୍କା ଖର୍ଚର ବିନିଯୋଗପତ୍ର ଦେଇ ନାହାନ୍ତି। ଏସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି ଖାଦ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ। ସୂଚନା ଅନୁଯାୟୀ କରୋନା, ଲକ୍‌ଡାଉନରେ ଠପ୍‌ ହୋଇଯାଇଥିଲା ଜୀବିକା। ସମସ୍ୟାରେ ଥିଲେ ଲୋକେ। ତେଣୁ ରାଜ୍ୟ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଦେବା ପାଇଁ ସମସ୍ତ ଜିଲ୍ଲାକୁ ସେହି ଅନୁଯାୟୀ ଟଙ୍କା ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ସମୁଦାୟ ୯୬୦ କୋଟି ଟଙ୍କା ଦୁଇଟି ପର୍ଯ୍ୟାୟରେ ଦେଇଥିଲେ। ଦିଆଯାଇଥିବା ରାଶି ମଧ୍ୟରୁ କେତେ ଟଙ୍କା ଜିଲ୍ଲାଗୁଡ଼ିକ ବ୍ୟବହାର କଲେ, କେତେ ବଳକା ରହିଲା ଏବଂ ବଳକା ଟଙ୍କା ଫେରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ହୋଇଥିଲା। ମାତ୍ର କୌଣସି ଜିଲ୍ଲାପାଳ ଟଙ୍କା ଖର୍ଚ ନେଇ ବିନିଯୋଗପତ୍ର ଦାଖଲ କରି ନାହାନ୍ତି କି ବଳକା ଟଙ୍କା ମଧ୍ୟ ଫେରାଇ ନାହାନ୍ତି।

ସମ୍ବନ୍ଧିତ ଖବର