ଦୁର୍ଘଟଣାରେ ସାମ୍ବାଦିକ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧାର ଦୈନିକ ଓଡ଼ିଆ ଖବରକାଗଜ ସମାଜର ସାମ୍ବାଦିକ ରାମନାରାୟଣ ଦାଶ ଆଜି ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ରାମେଶ୍ୱର ନିକଟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁସାରେ, ବୁଧବାର ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଖବର ସଂଗ୍ରହ କରି ରାମେଶ୍ୱରରୁ ଖୋର୍ଦ୍ଧା ଫେରୁଥିବା ବେଳେ ରାସ୍ତାରେ ଏକ ଷଣ୍ଢ ହଠାତ୍ ତାଙ୍କ ମୋଟରସାଇକଲ ସମ୍ମୁଖକୁ ଚାଲିଆସିଥିଲା । ଏଥିରେ ସେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ନିର୍ମାଣ ପାଇଁ ରାସ୍ତାକଡ଼ରେ ରଖାଯାଇଥିବା ପଥରରେ ପିଟି ହୋଇଯାଇଥିଲେ। ଏଥିରେ ତାଙ୍କର ବାମଗୋଡ଼କୁ ଗଭୀର ଆଘାତ ଲାଗିଥିବା ବେଳେ ମୋଟରସାଇକଲଟି ଚୂରମାର ହୋଇଯାଇଛି । ହେଲମେଟ୍ ପିନ୍ଧିଥିବାରୁ ଏକ ବଡ଼ଧରଣର ଆଘାତରୁ ସେ ବର୍ତିଯାଇଥିଲେ । ତେବେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତମାନ ସ୍ଥିର ରହିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର