ଖରସ୍ରୋତା ନଦୀ ଜଳ ବିବାଦ: ତଥ୍ୟ ଅନୁଧ୍ୟାନ କମିଟି ଗଠନ କଲା ପିସିସି

ଭୁବ‌ନେଶ୍ବର : ଖରସ୍ରୋତା ନଦୀ ଜଳ ପ୍ରଦାନକୁ ନେଇ ଉପୁଜିଥିବା ବିବାଦ ଓ ପ୍ରକଳ୍ପ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଜନ ଆକ୍ରୋଶର ଘଟଣାର ଅନୁଧ୍ୟାନ କରିବା ପାଇଁ ପିସିସି ପକ୍ଷରୁ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟିରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଜାନନ କାନୁନ୍‌ଗୋ ଅଧ୍ୟକ୍ଷ ଥିବା ବେଳେ ଅଂଶୁମାନ ମହାନ୍ତି, ଗଣେଶ୍ବର ବେହେରା, ଜ୍ଞାନଦେବ ବେଉରା ସଭ୍ୟ ରହିଛନ୍ତି। ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା ଆବାହକ ରହିଛନ୍ତି। ଏହି କମିଟି ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବ୍ୟକ୍ତି, କର୍ତୃପକ୍ଷ ଓ କୃଷକବର୍ଗଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରିବେ। ଏ ସଂକ୍ରାନ୍ତୀୟ ରିପୋର୍ଟ କାର୍ଯ୍ୟାଳୟରେ ଦାଖଲ କରିବା ଲାଗି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର