ଜେଲ୍‌ ଗଲେ କୁବେର ଡାକ୍ତର ସୁଦର୍ଶନ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ବଲାଙ୍ଗୀର ଆୟୁର୍ବେଦିକ ମେଡିକାଲ କଲେଜ ଓ ଡାକ୍ତରଖାନାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଦର୍ଶନ ବେହେରାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଆଜି ଅପରାହ୍‌ଣରେ ଡାକ୍ତର ବେହେରାଙ୍କୁ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ହିସାବ ପରେ ଡାକ୍ତର ବେହେରାଙ୍କ ଆୟ ଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ଚଢ଼ଉ ସମୟରେ ସାକ୍ଷୀଗୋପାଳ ବ୍ଲକ ଛକରେ ତାଙ୍କର ୪୬୦୦ ବର୍ଗଫୁଟ ଚାରିମହଲା କୋଠା, ସତ୍ୟବାଦୀ ଶ୍ରୀରାମଚନ୍ଦ୍ରପୁରରେ ଦୁଇମହଲା କୋଠା, ଗୋପ ସୋରିଷିଆପଡ଼ାରେ ଏକମହଲା କୋଠା ସହିତ ଭୁବନେଶ୍ବର, ଗୋପ, ପିପିଲି ଓ ସତ୍ୟବାଦୀରେ ୨୮ଟି ପ୍ଲଟ୍‌, ୨୫୦ ଗ୍ରାମର ସୁନା ଅଳଙ୍କାର ଓ ୩୨ ଲକ୍ଷ ଟଙ୍କାର ୩ଟି ଦାମୀ କାର ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର