କଳାହାଣ୍ଡିରେ ପୁଣି ମାତିଲେ ମାଓବାଦୀ, ଜାକମ ନିକଟରେ ଗଛକାଟି ରାସ୍ତା ଅବରୋଧ

ଭବାନୀପାଟଣା : କଳାହାଣ୍ଡିରେ ପୁଣି ମାତିଲେ ଲାଲ ବାହିନୀ। ଡିସେମ୍ବର ୨୮ତାରିଖକୁ ବନ୍ଦ ଡାକରା ଦେଇ ଜାକମ ନିକଟରେ ଗଛକଟି ରାସ୍ତା ଅବରୋଧ କରିଥିଲେ।

ପ୍ରକାଶ ଯେ, ଓଡ଼ିଶା ରାଜ୍ୟ ସିପିଆଇ ମାଓବାଦୀ କମିଟି ପକ୍ଷରୁ ଭବାନୀପାଟଣା- ଥୁଆମୂଳ ରାମପୁର ୪୪ ନମ୍ବର ରାଜ୍ୟ ରାଜପଥ ଜାକମ ନିକଟରେ ରାସ୍ତା ଅବରୋଧ କରିଥିଲେ। ଅବରୋଧ ଯୋଗୁଁ ଭବାନୀପାଟଣା ଓ ଥୁଆମୂଳ ରାମପୁର ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଥିଲା। ସହିଦଙ୍କ ରକ୍ତର ବଦଲା ନିଅନ୍ତୁ, ଶତ୍ରୁର ବହୁମୁଖୀ ସମାଧାନ ଦମନ ଅଭିଯୋଗ ପରାସ୍ତ କରନ୍ତୁ, ଶତ୍ରୁର ସୂଚନାଦାତା ନେଟୱର୍କ ଦମନ କରନ୍ତୁ, ପିଏଲଜିଏରେ ବହୁ ସଂଖ୍ୟକ ଯୋଗଦାନ କରନ୍ତୁ ଆଦି ଦଶଟି ଦାବି ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଥିଲା। ଜାକମ ଅଞ୍ଚଳରେ ଗଛକାଟି ରାସ୍ତା ଅବରୋଧ କରିବା ଓ ବ୍ୟାନର ଯୋଗେ ମାଓବାଦୀମାନେ ପ୍ରତିବାଦ ଜଣାଇବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର