ମନ୍ତ୍ରୀ ପରିଷଦ ବୈଠକ ବି ଆଜି: ମନ୍ତ୍ରୀମାନଙ୍କୁ ବର୍ଷକର ହିସାବ ମାଗିପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ଦିନ ୧୨ଟା ୧୫ ମିନିଟ୍‌ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। କୋଭିଡ-୧୯ ମହାମାରୀ ପ୍ରତିହତ ପାଇଁ ଏବେସୁଦ୍ଧା ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ମୋ ସରକାର ଓ ୫’ଟି’ ସବୁ ବିଭାଗରେ ଲାଗୁ ହେବା ପରେ ସରକାରୀ ବ୍ୟବସ୍ଥା କେତେ ଲୋକାଭିମୁଖୀ ହୋଇପାରିଛି ସେ ନେଇ ମଧ୍ୟ ଆଲୋଚନା କରାଯିବ। ଏହାସହିତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ମନ୍ତ୍ରୀମାନଙ୍କର ଉପଲବ୍ଧି ନେଇ ହିସାବ ମାଗିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର