ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପରିବର୍ତ୍ତିତ ସମୟରେ ଛାଡ଼ିବ ୫ ଟ୍ରେନ୍

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚାଲିବ ୩ଟି ଟ୍ରେନ୍‌

ଭୁବନେଶ୍ବର : ଜୁନ୍‌ ୨୧ରେ ବିଜୟନଗରମ୍ ଓ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ଲେଭଲ୍ କ୍ରସିଂ ଗେଟ୍‌ରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ(ଏଲ୍‌ଏଚ୍‌ଏସ୍‌) ସ୍ଥାପନ ସହ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୫ଟି ଟ୍ରେନ୍‌ ଉତ୍ତପ୍ତି ଷ୍ଟେସନରୁ କିଛି ସମୟ ବିଳମ୍ବରେ ଛାଡ଼ିବ। ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଟ୍ରେନ୍‌(୦୭୦୧୬) ଜୁନ୍‌ ୨୦ରୁ ସିକନ୍ଦରାବାଦରୁ ନିର୍ଧାରିତ ସମୟ ଅପରାହ୍‌ଣ ୪ଟା ୫୦ ପରିବର୍ତ୍ତେ ରାତି ୮ଟା ୫ରେ ଛାଡ଼ିବ। ଚେନ୍ନାଇ ସେଣ୍ଟ୍ରାଲ୍-ହାଓଡ଼ା ବିଶେଷ ଟ୍ରେନ୍‌(୦୨୮୨୨) ଜୁନ୍‌ ୨୦ରେ ଚେନ୍ନାଇ ସେଣ୍ଟ୍ରାଲ୍‌ରୁ ସନ୍ଧ୍ୟା ୭ଟା ୧୫ ପରିବର୍ତ୍ତେ ରାତି ୯ଟା ୩୦, ଭାସ୍କୋ-ଡ଼ା-ଗାମା-ହାଓଡ଼ା ଟ୍ରେନ୍‌(୦୮୦୪୮) ଜୁନ୍‌ ୨୦ରୁ ଭାସ୍କୋ-ଡ଼ା-ଗାମାରୁ ସକାଳ ୬ଟା ୩୦ ପରିବର୍ତ୍ତେ ପୂର୍ବାହ୍ନ ୮ଟା ୪୫, ଗୁଣ୍ଟୁର-ରାୟଗଡ଼ା ଟ୍ରେନ୍‌(୦୭୨୩୪) ଜୁନ୍‌ ୨୦ରେ ଗୁଣ୍ଟୁରରୁ ରାତି ୧୧ଟା ୨୦ ପରିବର୍ତ୍ତେ ରାତି ୧୨ଟା ୨୦, ହାଓଡା-ଯଶୋବନ୍ତପୁର ବିଶେଷ ଟ୍ରେନ୍‌(୦୨୮୭୩) ଜୁନ୍‌ ୨୦ରେ ରାତି ୧୧ଟା ପରିବର୍ତ୍ତେ ରାତି ୧୨ଟାରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚାଲିବ ୩ଟି ଟ୍ରେନ୍‌
ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟ ଦେଇ ଦକ୍ଷିଣ ଭାରତକୁ ଯାତ୍ରା କରୁଥିବା ୩ଟି ବିଶେଷ ଟ୍ରେନ୍‌ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ହେଲା, ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର ଟ୍ରେନ୍‌ (୦୨୨୫୩/ ୦୨୨୫୪), ଯଶୋବନ୍ତପୁର-ଗୌହାଟୀ-ଯଶୋବନ୍ତପୁର ଟ୍ରେନ୍‌ (୦୬୫୭୭/ ୦୬୫୭୮), ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ଟ୍ରେନ (୦୬୫୯୭/ ୦୬୫୯୮)। ଜୁଲାଇ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ତ୍ରିଭେନ୍ଦ୍ରମ ଓ ଗୌହାଟି ମଧ୍ୟରେ ବିଶେଷ ଟ୍ରେନ୍‌ (୦୬୧୮୫/ ୦୬୧୮୬) ଚାଲିବ। ଭଲସାଡ୍‌-ପୁରୀ-ଭଲସାଡ୍‌ ଟ୍ରେନ୍‌ ଗୋଟିଏ ଦିନ ପାଇଁ ପରିବର୍ତ୍ତିତ ମାର୍ଗରେ ଚାଲିବ।

ସମ୍ବନ୍ଧିତ ଖବର